Categories: ଖେଳ

ପୁରୁଷ ହକି ବିଶ୍ବକପ: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର

ରାଉରକେଲା,୧୫।୧: ହକି ପୁରୁଷ ବିଶ୍ୱକପ୍‌ ୨୦୨୩ରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଡ୍ର ହୋଇଛି। ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଅଧିକ ସୁଯୋଗ ପାଇଥିଲା। କିନ୍ତୁ କୌଣସି ଗୋଲ ସ୍କୋର କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ ସତ୍ତ୍ୱେ ଅନେକ ସୁଯୋଗ ହାତଛଡ଼ା କରିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆହୁରି ଉନ୍ନତ ଖେଳିଥିଲା କିନ୍ତୁ ଗୋଟିଏ ଗୋଟିଏ ଗୋଲ କରିବାରେ ସମର୍ଥ ହୋଇ ନ ଥିଲା। ମ୍ୟାଚ୍‌ର ଶେଷ ମୂହୁର୍ତ୍ତରେ ଇଂଲଣ୍ଡକୁ ଏକ ପେନାଲଟି ମିଳିଥିଲେ ମଧ୍ୟ ଗୋଲ ହୋଇପାରି ନ ଥିଲା। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଆୟୋଜକ ଭାରତ ଓପନିଂ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ପରାସ୍ତ କରିଥିବାବେଳେ ଇଂଲଣ୍ଡ ଓ୍ବେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା।

Share