ହକି ବିଶ୍ୱକପ୍‌: ୧୮ ଜଣିଆ ଟିମ୍‌ ଘୋଷଣା, ହରମନ୍‌ପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌।
ଏହାପୂର୍ବରୁ ହକି ଇଣ୍ଡିଆ ଶୁକ୍ରବାର ୧୮ ଜଣିଆ ଟିମ୍‌ ଘୋଷଣା କରିଛି। ହରମନ୍‌ପ୍ରୀତ ସିଂଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଅମିତ ରୋହିତ ଦାସଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ସେହିପରି ଓଡ଼ିଶାର ନିଲମ ସଞ୍ଜୀବ ୧୮ ଜଣିଆ ଟିମ୍‌ରେ ସ୍ଥାନ ପାଇଛନ୍ତି।

ଆସନ୍ତା ଜାନୁୟାରୀ ୧୩ ତାରିଖରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳାଯିବ।

Share