କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ

କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍‌ଘାଟନ କରିଛନ୍ତି।

ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ବାନ୍‌ ଗ୍ରୁପ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଓଲିଉଡ ଷ୍ଟାର୍‌ କପଲ ସବ୍ୟସାଚୀ ଓ ଅର୍ଚ୍ଚିତା ସାମିଲ ହୋଇଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

 

Share