Posted inଖେଳ

ହକି ବିଶ୍ୱକପ: ଗୋଲ ସ୍କୋରିଂରେ ହୋଇପାରେ ରେକର୍ଡ

ଭୁବନେଶ୍ୱର, ୨୨।୧: ଚଳିତ ହକି ବିଶ୍ୱକପରେ ଏପର୍ଯ୍ୟନ୍ତ ୨୪ଟି ପୁଲ୍‌ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏହା ମଧ୍ୟରେ ୫.୪୨ ହାରରେ ୧୩୦ଟି ଗୋଲ ସ୍କୋର ହୋଇଛି। ଏହା ମଧ୍ୟରେ ଫିଲ୍ଡ ଗୋଲ ୮୦, ପେନାଲ୍ଟି କର୍ନର ଗୋଲ ୪୩ ଓ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ ୭ ରହିଛି। ପ୍ରତିଯୋଗିତାରେ ଆହୁରି ୨୦ଟି ମ୍ୟାଚ ଖେଳାଯିବାକୁ ବାକିଅଛି। ଯଦି ଏପରି ଗୋଲ ସ୍କୋରିଂ ଧାରା ଜାରିରହେ ତେବେ ଏହା ସର୍ବାଧିକ ଗୋଲ ସ୍କୋରିଂ ବିଶିଷ୍ଟ ବିଶ୍ୱକପ ହେବାର ସମ୍ଭାବନା ରହିଛି।
ଟାଇଟଲ ଦାବିଦାର ନେଦରଲାଣ୍ଡ୍ସ ଦଳ ୩ ମ୍ୟାଚରୁ ସର୍ବାଧିକ ୨୨, ଅଷ୍ଟ୍ରେଲିଆ ୨୦ ଓ ବେଲଜିୟମ ୧୪ ଗୋଲ ଦେଇ ଶୀର୍ଷ ୩ ସ୍ଥାନରେ ରହିଛନ୍ତି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ପେନାଲ୍ଟି କର୍ନରରୁ ସର୍ବାଧିକ ୭ଟି ଲେଖାଏ ଗୋଲ ଦେଇଛନ୍ତି। ଫ୍ରାନ୍ସର ଭିକ୍ଟର ଚାର୍ଲେଟ ୬ ଗୋଲ ଦେଇ ଟପ୍‌ ସ୍କୋରର ଅଛନ୍ତି। ଅଷ୍ଟ୍ରେଲିଆର ବ୍ଲେକ ଗୋଭର୍ସ, ଜେରେମି ହଓ୍ବୋର୍ଡ, ବେଲଜିୟମର ଟମ୍‌ ବୁନ୍‌, ନେଦରଲାଣ୍ଡ୍ସର ଥିଏରୀ ବ୍ରିଙ୍କମାନ ଓ ଜିପ୍‌ ଜାନସେନ ୫ଟି ଲେଖାଏ ଗୋଲ ଦେଇ ମିଳିତଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୨ରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱକପରେ ୭୨ ମ୍ୟାଚରୁ ୩୦୦ ଗୋଲ ସ୍କୋର ହୋଇଥିଲା। ମ୍ୟାଚପିଛା ଗୋଲ ଆଭରେଜଥିଲା ୪.୧୭। ତେବେ ଏହି ବିଶ୍ୱକପ ଭିନ୍ନ ଫର୍ମାଟରେ ଖେଳାଯାଇଥିଲା। ଭାଗ ନେଇଥିବା ୧୬ଟି ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତି ପୁଲ୍‌ର ଶୀର୍ଷ ୨ଟି ଲେଖାଏ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପରେ ମୋଟ ୩୬ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ୧୫୭ଟି ଗୋଲ ସ୍କୋର ହୋଇଥିଲା। ୧୯୮୨ରେ ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟ ହାଇସ୍କୋରିଂ ବିଶିଷ୍ଟ ଥିଲା। ୧୨ ଦଳ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୪୨ଟି ମ୍ୟାଚ ଖେଳାଯାଇଥିଲା ଏବଂ ୨୧୬ଟି ଗୋଲ ହୋଇଥିଲା। ଆଭରେଜ ଥିଲା ୫.୧୪। ଚଳିତ ସଂସ୍କରଣରେ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ଭାରତ ବହୁ ପଛରେ ପଡ଼ିଛି। ୩ ମ୍ୟାଚରୁ ଦଳ ମାତ୍ର ୬ଟି ଗୋଲ ସ୍କୋର କରିପାରିଛି। ଏହା ମଧ୍ୟରେ ୩ଟି ଲେଖାଏ ଫିଲ୍ଡ ଓ ପେନାଲ୍ଟି କର୍ନର ଗୋଲ ସାମିଲ। ଆକାଶଦୀପ ସିଂ ସର୍ବାଧିକ ୨ଟି ଗୋଲ ଦେଇଛନ୍ତି। ଅମିତ ରୋହିଦାସ, ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ଶମଶେର ସିଂ ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛନ୍ତି। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୪୪ ଖେଳାଳି ଗ୍ରୀନ୍‌ କାର୍ଡ ଏବଂ ୧୫ ଜଣ ୟେଲୋ କାର୍ଡ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ...

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ...

IPL 2025 କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, କୋଲକାତା-ଲକ୍ଷ୍ନୌ ମ୍ୟାଚର ସ୍ଥାନ ହୋଇଛି ପରିବର୍ତ୍ତନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୦।୩: ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ...

ସାକିବଙ୍କୁ ବଡ଼ ଆସ୍ବସ୍ତି

ଢାକା,୨୦ା୩:: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କୁ ସନ୍ଦେହଜନକ ବୋଲିଂ ଆକ୍ସନରୁ ମୁକ୍ତ କରାଯାଇଛି। ସେ ଏବେ ଅନ୍ତର୍ଜାତୀୟ ଦିନିକିଆ ଓ ବିଶ୍ୱର ବିଭିନ୍ନ...

ମାହିଙ୍କୁ ନେଇ ବଡ଼ ବୟାନ ଦେଲେ Zaheer Khan

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ IPL-୨୦୨୫ରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପରାମର୍ଶଦାତା। ସେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଥିଲେ...

ଛାଡ଼ପତ୍ର ହେଉ ହେଉ ଧନଶ୍ରୀଙ୍କୁ ଉପହାସ କଲେ ଚହଲ

ମୁମ୍ବାଇ,୨୦।୩: ଛାଡପତ୍ର ପରେ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଅଲଗା ହୋଇଯାଇଛନ୍ତି। ଆଜି ଦୁହେଁ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image