Posted inଖେଳ

ଆଜିଠୁ ଖେଳ ଆରମ୍ଭ

ଭୁବନେଶ୍ୱର,୧୩।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକିର ଅସଲ ରୋମାଞ୍ଚ। ଶୁକ୍ରବାରଠାରୁ ପଡ଼ିଆକୁ ଓହ୍ଲାଇବେ ବିଶ୍ୱର ତାରକା ଖେଳାଳି। ପ୍ରଥମ ଦିବସରେ ଅନୁଷ୍ଠିତ ହେବ ୪ଟି ମ୍ୟାଚ। କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଅଷ୍ଟ୍ରେଲିଆ। ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମେ ଇଂଲଣ୍ଡକୁ ଭେଟିବ ଓ୍ବେଲ୍ସ। ଏହାପରେ ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌ ସହ ମୁକାବିଲା କରି ଅଭିଯାନ ଆରମ୍ଭ କରିବ। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଭାରତ ଓ ସ୍ପେନ୍‌ ଦଳର ଖେଳାଳିମାନେ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର କଡ଼ା ଅଭ୍ୟାସ ସହ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଇଛନ୍ତି। ସ୍ପେନ୍‌ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ୧୦୦ରୁ କମ୍‌ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଭାରତୀୟ ଦଳ କିନ୍ତୁ ବେଶ୍‌ ସନ୍ତୁଳିତ। ୧୦୦ରୁ ଅଧିକ ମ୍ୟାଚ ଅର୍ଦ୍ଧାଧିକ ଖେଳାଳି ଖେଳି ସାରିଛନ୍ତି। ଭାରତୀୟ କୋଚ୍‌ ଗ୍ରାହାମ ରିଡ୍‌ କିନ୍ତୁ ଏଥିରେ ବିଶ୍ୱାସ କରନ୍ତି ନାହିଁ। ଅଭିଜ୍ଞ ଖେଳାଳିମାନେ ଯେ ସବୁବେଳେ ଚମତ୍କାରିତା ଦେଖାଇପାରିବେ ତା’ର କିଛି ମାନେ ନାହିଁ । ନିର୍ଦ୍ଦିଷ୍ଟ ଦିବସରେ ଶ୍ରେଷ୍ଠ ହକି ଖେଳିବାଠାରୁ ଆଉ ବଡ଼ କିଛି ନାହିଁ ବୋଲି ସେ କହିଛନ୍ତି। ”ଆମେ ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳିବାକୁ ଯାଉଛୁ। ତେଣୁ ଶ୍ରେଷ୍ଠ ପ୍ରଦର୍ଶନ ନିହାତି ଆବଶ୍ୟକ। ଟୁର୍ନାମେଣ୍ଟ ଜିତିବାକୁ ହେଲେ ଏହା ହିଁ କରିବାକୁ ହେବ, ଯାହାକି ସମ୍ଭବ। ଅଭିଜ୍ଞତା ଅନେକ ସମୟରେ ଏଭଳି ବଡ଼ ଟୁର୍ନାମେଣ୍ଟରେ ଫାଇଦା ଦେଇଥାଏ। ଭାରତ ଏହାର ଫାଇଦା ଉଠାଇବ“ ବୋଲି ରିଡ୍‌ ପ୍ରକାଶ କରିଛନ୍ତି। ରିଡ୍‌ ଆହୁରି କହିଛନ୍ତି, ଭୁଲିଯିବା ଉଚିତ ନୁହେଁ ଯେ ସ୍ପେନ୍‌ ଏକ ବିପଜ୍ଜନକ ଦଳ। ଯେତେ ଆକଳନ ଲଗାଇଲେ ମଧ୍ୟ ଏହି ଦଳ ତା’ଠାରୁ ଭଲ ପ୍ରଦର୍ଶନ କରିଥାଏ। ଆମକୁ ସବୁ ପରିସ୍ଥିତିରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ଅଧିନାୟକ ହରମନ୍‌ପ୍ରୀତ ସିଂ ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି। ”ଘରୋଇ ପରିବେଶରେ ବିଶ୍ୱକପ୍‌ ଜିତିବା ପାଇଁ ବଡ଼ ସୁଯୋଗ ଆସିଛି। ଦର୍ଶକଙ୍କ ସମର୍ଥନ ଆମ ସପକ୍ଷରେ ରହିବ। ୪ ବର୍ଷରେ ଥରେ ବିଶ୍ୱକପ୍‌ ଆସୁଥିବାରୁ ଏଥିରେ ଭଲ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରବର୍ତ୍ତୀ ବିଶ୍ୱକପ୍‌ ବେଳକୁ ଦଳରେ କେଉଁ ଖେଳାଳି ଥିବେ ବା ନ ଥିବେ କହିହେବନି। ତେଣୁ ଏବେ ମିଳିଥିବା ସୁଯୋଗର ଭରପୂର ସଦୁପଯୋଗ ସମସ୍ତେ କରିବା ଆବଶ୍ୟକ। ପ୍ରଥମ ମ୍ୟାଚ ସବୁବେଳେ ଗୁରୁତ୍ୱ ବହନ କରିଥାଏ। ଏଥିରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଆମେ ଯୋଜନା ପ୍ରସ୍ତୁତ କରିଛୁ। ସମସ୍ତ ଖେଳାଳି ପ୍ରଥମ ମ୍ୟାଚ ଖେଳିବାକୁ ବ୍ୟଗ୍ର“ ବୋଲି ହରମନ୍‌ପ୍ରୀତ ପ୍ରକାଶ କରିଛନ୍ତି। ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳିବା ପରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ ସେହି ରାଉରକେଲାରେ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଏହାପରେ ଭୁବନେଶ୍ୱର ଆସି ୧୯ ତାରିଖରେ ଓ୍ବେଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri