କେନ୍ଦୁଝର,୧୫ା୮(ସ୍ବ.ପ୍ର.): ଜିଲାସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ କେନ୍ଦୁଝର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଦେଶ ମାତୃକା ପାଇଁ ଲଢ଼ି ସହିଦ ହୋଇଥିବା ସମସ୍ତ ବୀରଙ୍କୁ ଆଜିର ଦିନରେ ସ୍ମରଣ କରିଥିଲେ। ଜିଲାପାଳ ଆଶିଷ ଠାକ୍ରେ, ଏସ୍ପି ମିତ୍ରଭାନୁ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସଞ୍ଜୀବ ବାରିକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।