ଚିତ୍ରକୋଣ୍ଡା,୧୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟରେ ଉଡ଼ିଲା ତ୍ରିରଙ୍ଗା। ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଏବଂ ବଡ଼ପଡ଼ାରେ, ଯୋଡ଼ାମ୍ବ ଥାନା, ଯୋଡ଼ାମ୍ବ ବିଏସ୍ଏଫ କ୍ୟାମ୍ପ, ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପରେ ସ୍ବାଧୀନତା ଦିବସ ପାଳନ କରାଯାଇଛି। ସେହିଭଳି ଚିତ୍ରକୋଣ୍ଡା ଥାନା, ଉପଖଣ୍ଡ ଚିକିତ୍ସାଳୟ, ମିନି ଷ୍ଟାଡିଅମ ପଡ଼ିଆ, ବାଲିମେଳା ଜଳଭଣ୍ଡାର ଚିତ୍ରକୋଣ୍ଡା କାର୍ଯ୍ୟାଳୟ, ବାଲିମେଳା ଜଳଭଣ୍ଡାର ଶ୍ରମିକ ସଂଗଠନ, ଚିତ୍ରକୋଣ୍ଡା ବ୍ଲକ, ଆଇସିଡିଏସ୍ କାର୍ଯ୍ୟାଳୟ, ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟ ଏବଂ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ସବୁଠି ତ୍ରିରଙ୍ଗା ଫରଫର ହୋଇ ଉଡିଥିଲା। କରୋନା କଟକଣାରେ ସମସ୍ତ କାର୍ଯ୍ୟ କରାଯାଇଛି।