Posted inଫୁରସତ

ସତ୍ୟର ଦର୍ପଣକୁ ରଖ ନିଜ ଆଡ଼କୁ

ଗୁରୁକୁଳରେ ପଠନରତ ଅନେକ ବ୍ରହ୍ମଚାରୀଙ୍କ ମଧ୍ୟରୁ ଜଣେ ବ୍ରହ୍ମଚାରୀଙ୍କ ସେବା ଓ ଭକ୍ତିରେ ଗୁରୁଦେବ ବହୁତ ପ୍ରସନ୍ନ ଥିଲେ l ଦିନ ଆସିଲା ଯେତେବେଳେ ବିଦ୍ୟା ଶିକ୍ଷା ଶେଷ ହୋଇଗଲା, ସେତେବେଳେ ସବୁ ବ୍ରହ୍ମଚାରୀ ନିଜ ନିଜ ଗୃହକୁ ଯିବା ପାଇଁ ପେଡି ପୁଟୁଳି ବାନ୍ଧିଲେ l ବିଦାୟ ଲଗ୍ନରେ ଗୁରୁଦେବ ଉକ୍ତ ସେବାକାରୀ ବ୍ରହ୍ମଚାରୀଙ୍କୁ ଗୋଟିଏ ଦର୍ପଣ ପ୍ରଦାନ କରି କହିଲେ – ଏ ଦର୍ପଣ ଦ୍ୱାରା ଗୋଟିଏ ବ୍ୟକ୍ତିର କେବଳ ଖରାପ ଗୁଣ ପ୍ରତିବିମ୍ବିତ ହୁଏ l ଏହାକୁ ପାଖରେ ରଖିଥିବ l ତୁମ ଜୀବନକୁ ଠିକ୍‌ ବାଟରେ ନେବା ପାଇଁ ଏ ଦର୍ପଣଟି ବହୁତ କାମରେ ଲାଗିବ l

ଶିଷ୍ୟଟି ସେ ଦର୍ପଣ ପାଇ ବହୁତ ଖୁସି ହୋଇଗଲା l ଯାହା ମୁଣ୍ଡରେ ହାତ ରଖିବ ସେ ଧ୍ବଂସ ହୋଇଯିବ ବୋଲି ମହାଦେବଙ୍କଠାରୁ ବରପ୍ରାପ୍ତ ହେବା ପରେ ଭସ୍ମାସୁର ଯେମିତି ପ୍ରଥମେ ବରଦାତା ମହାଦେବଙ୍କ ମୁଣ୍ଡ ଉପରେ ହାତ ରଖିବା ପାଇଁ ଗୋଡ଼ାଇଲା, ଠିକ୍‌ ସେମିତି ଏ ଶିଷ୍ୟ ଜଣକ ପ୍ରାପ୍ତ ଦର୍ପଣକୁ ପ୍ରଥମେ ଗୁରୁଙ୍କ ଆଡ଼କୁ ଦେଖାଇଲା l ଦର୍ପଣରେ ଗୁରୁଙ୍କ ଭିତରେ ଥିବା କ୍ରୋଧ, ମୋହ, ଲୋଭ ଆଦି କିଛି ଦୁର୍ଗୁଣ ପ୍ରତିବିମ୍ବିତ ହେଲା। ଶିଷ୍ୟଟି ଏହା ଜାଣିବାରୁ ମନରେ ଗୁରୁଙ୍କ ପ୍ରତି ପୂର୍ବ ପରି ଭାବ ଭକ୍ତି ଆଉ ରହିଲା ନାହିଁ l

ତା’ପରେ ସେ ନିଜ ବାପା, ମାଙ୍କୁ ବି ଦର୍ପଣ ଦେଖାଇ ସେମାନଙ୍କ ଦୁର୍ଗୁଣଗୁଡିକୁ ଜାଣିଲା। ନିଜ ଚିହ୍ନା ପରିଚିତ ସବୁ ସାଙ୍ଗ ସାଥୀ, ସାହି ପଡ଼ିଶା ଆଦି ସମସ୍ତଙ୍କ ପାଖକୁ ଯାଇ ଉକ୍ତ ଦର୍ପଣକୁ ଦେଖାଇ ସେମାନଙ୍କ ଭିତରେ କି କି ବଦଗୁଣ ଅଛି, ସେଗୁଡିକୁ ଜାଣିବା ପାଇଁ ଚେଷ୍ଟା କଲା l ଫଳତଃ ଧୀରେ ଧୀରେ ତା’ ମନରେ ଥିବା ସମସ୍ତଙ୍କ ପାଇଁ ଭଲ ପାଇବା, ସ୍ନେହ ପ୍ରେମ ଆଦି ଗୁଣଗୁଡିକ କମି କମି ଗଲା l ମନରେ ସବୁବେଳେ ଅଶାନ୍ତି ଲାଗିରହିଲା l

ଦର୍ପଣକୁ ଗୁରୁଦେବଙ୍କୁ ଫେରାଇ ଦେବ ବୋଲି ନିଷ୍ପତ୍ତି ନେଇ ସେ ଶେଷରେ ଗୁରୁଦେବଙ୍କ ନିକଟରେ ପହଞ୍ଚତ୍ ସବୁକଥା କହିଲା l ଗୁରୁଦେବ କହିଲେ – ଏ ଦର୍ପଣଟିକୁ ତୁମକୁ ଦିଆଯାଇଥିଲା ଅନ୍ୟମାନଙ୍କର ନୁହେଁ, ତୁମ ନିଜର ଦୋଷ ତ୍ରୁଟି ଦେଖି ତାହାକୁ ସୁଧାରିବା ପାଇଁ l ଭଲ ମଣିଷଟିଏ ହେବାକୁ ହେଲେ ପ୍ରଥମେ ନିଜ ତ୍ରୁଟି ତଥା ନିଜ ଦୋଷ ଦୁର୍ବଳତାକୁ ପ୍ରଥମେ ସଂଶୋଧନ କରିବାକୁ ପଡ଼େ l ତୁମେ ଏ ଦର୍ପଣ ଦ୍ୱାରା ପ୍ରଥମେ ନିଜ ଦୋଷକୁ ଖୋଜିବାର ଥିଲା l ତୁମେ ପ୍ରଥମେ ନିଜ ଆଡ଼କୁ ନ ଦେଖାଇ ଅନ୍ୟ ଆଡ଼କୁ ଦର୍ପଣ ଦେଖାଇବାର ଦୁର୍ବୁଦ୍ଧି କାହିଁକି କଲ ବତ୍ସ! ଶିଷ୍ୟଟି ତଳକୁ ମୁହଁ ପୋତି ନିରୁତ୍ତର ରହିଲା l ନିଜ ଭୁଲ୍‌ ବୁଝି ବହୁ ମନସ୍ତାପ କରି ସେବେଠୁଁ କେବଳ ନିଜ ଦୋଷକୁ ଖୋଜିବାରେ ହିଁ ଲାଗିଲା l l

ପାଠକେ! ଉପରୋକ୍ତ ଶିଷ୍ୟ ପରି ଆମ ସମସ୍ତଙ୍କର ବି ଊଣା ଅଧିକେ ଏଇ ଗୁଣଟି ଅଛି – ଅନ୍ୟର ଦୋଷକୁ ଆଗେ ଦେଖିବା l କିନ୍ତୁ ମଣିଷ ନିଜ ଦୋଷ ତ୍ରୁଟି ଅପେକ୍ଷା ଅନ୍ୟର ତ୍ରୁଟିକୁ ଖୋଜିବା ପାଇଁ ଯେତିକି ଆଗଭର ହୁଏ ତା’ର ଉନ୍ନତିର ପଥ ଅବରୁଦ୍ଧର ସେତିକି ଗଭୀରକୁ ଚାଲିଯାଏ l ଏହାକୁ ମଣିଷ ଠିକ୍‌ ଭାବେ ନ ବୁଝି ଅନ୍ୟର ଭୁଲ୍‌ ଭଟକା ବାହାର କରିବାକୁ ଖାଲି ହମ ହମ ହେଉଥାଏ l ଠାକୁର କେଶ ପରମହଂସ ଭଲ ବାଣୀଟିଏ ପ୍ରଦାନ କରି କହିଛନ୍ତି – ସଦାଚାରକୁ ଅଣଦେଖା କରି ଲୋକଦେଖାଣିଆ ଠାକୁର ଭକ୍ତି, ଧର୍ମ ପ୍ରୀତି, ଶାସ୍ତ୍ର ଅନୁରାଗ ଓ ଗୁରୁସେବା କଲେ କଦାପି ପ୍ରଭୁକୃପା ମିଳେନାହିଁ l

ଏ ସଦାଚାର ଆଉ କ’ଣ କି? ଲୋକଙ୍କୁ ଆଜ୍ଞା, ଆପଣ କହି ମାନ୍ୟତା ଦେବା ସଦାଚାର ହୋଇପାରେ ବା ନ ହୋଇ ପାରେ କିନ୍ତୁ ଅନ୍ୟର ନିନ୍ଦା କରିବା, କାହାର ଗୋଇ ଖୋଳିବା, କାହାକୁ ଖାଲରେ ପକାଇବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର କରିବା, ଅନ୍ୟର ଅମଙ୍ଗଳ କାମନା କରିବା, ଉଚ୍ଚ ଅଧିକାରୀଙ୍କ ପାଖରେ କାହା ବିରୋଧରେ ନାନାଦି ଚୁଗୁଲି କରିବା – ଏସବୁ ଆଜ୍ଞା ଅତି ମାରାତ୍ମକ ଗୁଣ, ଯାହା ଏହି ମଣିଷ, ହଁ କେବଳ ମଣିଷ ପାଖରେ ହିଁ ଅଛି l ମଣିଷକୁ ବାଦ୍‌ ଦେଲେ ଅନ୍ୟ କେଉଁ ପଶୁ ପକ୍ଷୀ ବା ସଂସାରର କୋଉ ଜୀବଙ୍କ ପାଖରେ ଏ ଦୁର୍ଗୁଣଟି ନ ଥାଏ l

ଆଉ ଗୋଟିଏ କଥା ଭାବିଲେ ବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ l ଯେଉଁ ମଣିଷମାନେ ଶାସ୍ତ୍ର ପୁରାଣ, ଧର୍ମ ଅଧର୍ମଠାରୁ ବହୁ ଦୂରରେ, ସେମାନେ ଯଦି ଏପରି ଚୁଗୁଲି କାମ କରିବସନ୍ତି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ l କିନ୍ତୁ ଚିତା ଚଇତନ କାଟିଥିବା ମଣିଷଟିଏ, କଥା କଥାକେ ଗୀତା ଭାଗବତର ବାଣୀକୁ ଉଦାହରଣ ଦେଉଥିବା ବା ଧର୍ମ କଥା କହୁଥିବା ମଣିଷଟିଏ ଯେତେବେଳେ ଅନ୍ୟର ଦୁର୍ଗୁଣ ବଖାଣି ବସେ, ଚୁଗୁଲିକୁ ନିଜ ରୋଜଗାରର ମାଧ୍ୟମ କରିବସେ, ସେତେବେଳେ ମଣିଷର ଏହି ଦୟନୀୟ ସ୍ଥିତିକୁ ଦେଖି ଭାରି ଲଜ୍ଜା ଲାଗେ l ଧର୍ମକୁ ଆଖିଠାର ମାରୁଥିବା ଏଇ ମଣିଷମାନେ ସବୁଠି ଏବେ ହାଉ ଯାଉ ହେଉଛନ୍ତି lଆଉ କେତେଜଣ ଲୋକ ଅଛନ୍ତି ସେମାନଙ୍କ ଦ୍ୱାରା କେବେ ଭୁଲ୍‌ ହୁଏ ନାହିଁ ବୋଲି ସ୍ବପ୍ନରେ ସୁଦ୍ଧା ସେମାନେ ଭାବି ପାରନ୍ତି ନାହିଁ l

ମୁଁ ଯାହା କରୁଛି ଠିକ୍‌ ବୋଲି ଏକ ଭ୍ରମ ଭାବନାରେ ସେମାନେ ବାଟ ଚାଲି ଅନ୍ୟମାନେ କେବଳ ଭୁଲ୍‌ କରୁଛନ୍ତି ବୋଲି କହି ଚିତ୍କାର କରିବାରେ ଲାଗିଥାନ୍ତି l ଏମାନଙ୍କର ଅହଂକାର ଟିକେ ମୋଟା ବା କଠିନ ହୋଇଯାଇଥାଏ l ସେଥିପାଇଁ ସେମାନଙ୍କର ଏ ଅବସ୍ଥା ଥାଏ l ଐଶ୍ୱରିକ ସଡ଼କରେ ବାଟ ଚାଲୁଥିବା ଆଧ୍ୟାତ୍ମିକ ମଣିଷଟିଏ ହେଉ ବା ସାଧାରଣ ମଣିଷଟିଏ – କେହି ଅଯଥା ଦୋଷଦର୍ଶୀ ହୁଅନ୍ତୁ ନାହିଁ l

ଆଧ୍ୟାତ୍ମିକ ଉନ୍ନତିର ବାଟ ବନ୍ଦ ହୋଇଯିବ ଯେ! ତୁମ ଚାଲାଖିକୁ ଅନ୍ୟମାନେ ଧରି ପାରନ୍ତୁ କି ନ ପାରନ୍ତୁ, ତୁମ ଭିତରେ ଯେଉଁ ପରମାତ୍ମା ପରମ ପୁରୁଷ ଜଣକ ଅଛନ୍ତି, ତାଙ୍କ ଦୃଷ୍ଟି ଆଢୁଆଳରୁ ତୁମେ କ’ଣ ଦୂରେଇ ଯାଇ ପାରିବ? ମହାତ୍ମାମାନେ ଯଥାର୍ଥରେ କହିଛନ୍ତି ଅନ୍ୟର ନିନ୍ଦା କରିବା ଅର୍ଥ ତାଙ୍କ ରକ୍ତ ପୂଯ ଆଉ ବିଷ୍ଠାକୁ ଭକ୍ଷଣ କରିବା ସହ ସମାନ l ଅନ୍ୟକୁ ଗୋଟିଏ ଆଙ୍ଗୁଠି ଦେଖାଇବା ବେଳେ ଅବଶିଷ୍ଟ ଆଉ ଚାରୋଟି ଆଙ୍ଗୁଠି ଯେ ନିଜ ଆଡ଼କୁ ଥାଏ – ଏ ସୂତ୍ରକୁ ସଦା ମନେରଖିଲେ ଅନ୍ୟର କୁତ୍ସାରଟନା କରିବାକୁ ମନ ଆଉ ଦୌଡ଼ିବ ନାହିଁ l

-ପ୍ରିନ୍ସିପାଲ, ଆପେକ୍ସ ଆଇଟିଆଇ, ପତ୍ରକଣା, କସର୍ଦା, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri