Categories: ଫୁରସତ

ବ୍ୟାନର ଧରି ଜୀବନସାଥୀ ଖୋଜୁଛନ୍ତି

ନ୍ୟୁୟର୍କ: ଏକ ନିର୍ଦ୍ଧିଷ୍ଟ ବୟସ ପରେ ଏକାକୀ ଜୀବନ ବିତାଇବା କଷ୍ଟକର ହୋଇପଡ଼େ। ବିରକ୍ତ ହୋଇ ନିଜ ପାଇଁ ଏକ ଭଲ ଜୀବନସାଥୀ ଖୋଜେ। ଅନେକେ ଏଥିରେ ଶୀଘ୍ର ସଫଳତା ପାଇଯାଉଥିବାବେଳେ କେତେଜଣ ଡେରିରେ ସଫଳତା ପାଇଥାନ୍ତି। ରିପୋର୍ଟ ମୁତାବକ, କରୋଲିନା ଗିଟ୍‌ସ ନାମକ ଜଣେ ଯୁବତୀ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି। ନ୍ୟୁୟର୍କ ମାନହର୍ଟନର ବାସିନ୍ଦା ୨୯ ବର୍ଷୀୟା କରୋଲିନା ୨ ବର୍ଷ ହେବ ଏକା ରହିବା ପରେ ଏବେ ଜୀବନସାଥୀ ତଲାସରେ ଅଛନ୍ତି। ହେଲେ ସେ ସେଥିପାଇଁ କୌଣସି ଡେଟିଂ ଆପ୍‌ ଜରିଆରେ ତାଙ୍କ ଜୀବନସାଥୀଙ୍କୁ ଖୋଜୁନାହାନ୍ତି। ସେ ଏଥିପାଇଁ ନିଜ ହାତରେ ଏକ ବ୍ୟାନର ପ୍ରସ୍ତୁତ କରିଛନ୍ତି। ସେଥିରେ ଲେଖା ହୋଇଛି ‘ଲୁକିଂ ଫର ଏ ହଜ୍‌ବ୍ୟାଣ୍ଟ’। ସେହି ବ୍ୟାନରକୁ ହାତରେ ଧରି ସେ ରାସ୍ତାରେ ବୁଲୁଛନ୍ତି। ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ କେହି ସେପରି ଜୀବନସାଥୀ ମିଳିପାରିନାହାନ୍ତି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକଙ୍କ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଲସ୍‌ଏଞ୍ଜେଲସର ଜଣେ ୩୫ ବର୍ଷୀୟା ଯୁବତୀ ଏପରି କାମ କରିଥିବା ନଜରକୁ ଆସିଛନ୍ତି। ଯିଏ ତାଙ୍କ ପାଇଁ ଜୀବନସାଥୀ ଖୋଜିଦେବେ, ତାଙ୍କୁ ୫୦୦୦ ଡଲାର ଉପହାର ସ୍ବରୂପ ମିଳିବ ବୋଲି ମଧ୍ୟ ସର୍ତ୍ତ ରଖିଥିଲେ।

Share