ମୋବାଇଲ ଧରିଲେ କଡ଼ା ଦଣ୍ଡ

ମାଲକାନଗିରି,୧୩।୧(ଡି.ଏନ୍‌.ଏ.): ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଗ୍ରାମବାସୀଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗି ଦେଇଛନ୍ତି। ମୋବାଇଲ୍‌ ବ୍ୟବହାର ନ କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି। ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ତୁଳସୀ ଗାଁରୁ ଏଭଳି ଅଭିଯୋଗ ଆସିଛି।
ଗ୍ରାମବାସୀ ମାଓବାଦୀ ସଙ୍ଗଠନ ବିଷୟରେ ପୋଲିସକୁ ଖବର ଦେଉଛନ୍ତି ବୋଲି ମାଓବାଦୀମାନେ କହିବା ସହ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି। କିଛି ଦିନ ତଳେ ଗାଁର କେତେଜଣ ଯୁବକ କାମ କରି ମୋବାଇଲ ଫୋନ୍‌ କିଣିଥିଲେ। ତେବେ ଉକ୍ତ ଯୁବକମାନଙ୍କୁ ମାଓବାଦୀମାନେ ଡାକି ସମସ୍ତଙ୍କ ସମ୍ମୁଖରେ ମୋବାଇଲ୍‌ ଫୋନ୍‌ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏ ନେଇ ପୋଲିସ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା କୁହାଯାଇଛି।

Share