କରୋନା କାଳରେ ହୋଲ୍ଡିଂ ଟିକସ ମାଡ଼

ଭୁବନେଶ୍ୱର, ୨୭।୨ (ବ୍ୟୁରୋ): କରୋନା ଭୂତାଣୁଜନିତ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳି କଠିନ ସମୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ହୋଲ୍ଡିଂ ଟିକସ ବହୁଗୁଣା ବଢ଼ାଇ ଆଦାୟ କରିବା ନିଷ୍ପତ୍ତି ସହରବାସୀଙ୍କ ଚିନ୍ତା ବୃଦ୍ଧିର କାରଣ ହୋଇଛି। ଏଥିଯୋଗଁୁ ମଧ୍ୟମ, ନିମ୍ନ ଆୟକାରୀ, ଗରିବ ଓ କ୍ଷୁଦ୍ର ବ୍ୟବସାୟୀ ଗଭୀର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ହୋଲ୍ଡିଂ ଟ୍ୟାକ୍ସ ବିଏମ୍‌ସି ଆୟର ଏକ ପ୍ରମୁଖ ଉତ୍ସ। ବିଏମ୍‌ସି କୌଣସି ସମ୍ପତ୍ତିର ବାର୍ଷିକ ଭଡ଼ା ମୂଲ୍ୟ (ଏଆର୍‌ଭି) ୧୭.୫% ରୂପେ ହୋଲ୍ଡିଂ ଟିକସ ଆକାରରେ ବାସଗୃହଗୁଡ଼ିକରୁ ଆଦାୟ କରିଥାଏ। ଆବାସିକ ଓ ବ୍ୟବସାୟିକ ଘର ଅନୁସାରେ ଏଆର୍‌ଭି ଭିନ୍ନ ଭିନ୍ନ ହୋଇଥାଏ। ତେବେ ହୋଲ୍ଡିଂ ଟିକସ ପରିମାଣ ସମ୍ପତ୍ତି ଟିକସ ଆକାରରେ ବହୁଗୁଣିତ ହୋଇଛି। ବାସଗୃହ ନିର୍ମିତ ଅଞ୍ଚଳରେ ଥିବା ବର୍ତ୍ତମାନର ଜମି ବେଞ୍ଚମାର୍କ ମୂଲ୍ୟର ୦.୫% ଆକାରରେ ଟିକସ ଆଦାୟ କରାଯିବ। ଏଥିଯୋଗଁୁ ଘର ମାଲିକଙ୍କୁ ହୋଲ୍ଡିଂ ଟିକସ ବାବଦରେ ବିଏମ୍‌ସି ନିକଟରେ ବହୁଗୁଣା ଅର୍ଥ ପଇଠ କରିବାକୁ ହେବ। ୨୦୧୯ ଅକ୍ଟୋବରରେ ବିଏମ୍‌ସି ନିଜ ରାଜସ୍ବ ବଢ଼ାଇବା ପାଇଁ ବିଭିନ୍ନ ରାଜସ୍ବ ଗ୍ରାମର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲ୍ଡିଂ ଟିକସ ଧାର୍ଯ୍ୟ କରିଥିଲା। ଏହା ୨୦୨୦ ଏପ୍ରିଲରୁ ଲାଗୁ କରିବା ଲାଗି ବ୍ୟବସ୍ଥା ହୋଇଛି। ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନୂତନ ଟିକସ କେତେକ କ୍ଷେତ୍ରରେ ୧୦ରୁ ୫୦ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଘର ମାଲିକମାନେ ଅଭିଯୋଗ କରିଛନ୍ତି। ବମିଖାଲରେ ରହୁଥିବା ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପଣ୍ଡା କହିଛନ୍ତି ଯେ, ପୂର୍ବରୁ ସେ ହୋଲ୍ଡିଂ ଟିକସ ବାବଦରେ ବର୍ଷକୁ ୮ଶହ ଟଙ୍କା ଦେଉଥିଲେ। ଏବେ ତାଙ୍କୁ ମାସକୁ ପ୍ରାୟ ୭ ହଜାର ଟଙ୍କା ଦେବାକୁ ପଡ଼ିବ। ହଠାତ୍‌ ଏତେ ପରିମାଣ ବୃଦ୍ଧିକୁ ନେଇ ସେ ହତ୍‌ବାକ ହୋଇ ପଡିଛନ୍ତି। କୋଭିଡ୍‌ ସମୟରେ ଲୋକମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଆମ ଭଳି ଲୋକ ପେନ୍‌ସନକୁ ଭରସା କରି ବଞ୍ଚୁଛୁ। ଏତେ ଟଙ୍କା ଟିକସ ବଢ଼ିଲେ ଆମେ କେଉଁଠାରୁ ଦେବୁ ବୋଲି ସେ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଯେଉଁମାନେ ୨କୋଟି ଟଙ୍କା ହୋଲ୍ଡିଂ ଟିକସ ଦେଉଥିଲେ ଏବେ ସେମାନଙ୍କୁ ପ୍ରାୟ ୧୮ କୋଟି ଟଙ୍କା ଟିକସ ଦେବାକୁ ପଡିବ। ଏଥିଯୋଗୁ ଛୋଟ ଛୋଟ ବ୍ୟବସାୟୀ ଓ ଚାଷୀମାନେ ଗଭୀର ଭାବେ ପ୍ରଭାବିତ ହୋଇପାରନ୍ତି। ବିଏମ୍‌ସି ଡେପୁଟି କମିଶନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଟିକସ ଆଦାୟ ହେଉଛି। ପ୍ରତି ୨ ବର୍ଷରେ ଥରେ ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟକୁ ନେଇ ହୋଲ୍ଡିଂ ଟିକସ ସଂଶୋଧନ କରାଯିବା କଥା। ମାତ୍ର ୧୯୯୮ ମସିହାରୁ ଏ ପର୍ଯନ୍ତ ତାହା କରାଯାଇ ନ ଥିଲା। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ନୂତନ ଭାବେ ମୂଲ୍ୟାଙ୍କନ ହୋଇଥିବା ହୋଲ୍ଡିଂ ଟିକସର ୫୦% ଦେବା ପାଇଁ ବ୍ୟବସ୍ଥା ରହିଛି। ଘର ଓ ଜମି ମାଲିକମାନେ ଅବଶିଷ୍ଟ ଟିକସ ୩ ମାସ ଓ ୬ ମାସିଆ କିସ୍ତି ଭାବେ ଦେଇପାରିବେ। କେବଳ ସେତିକି ନୁହେଁ, ଜମିର ବେଞ୍ଚମାର୍କ ମୂଲ୍ୟ ସହିତ ପୂର୍ବରୁ ନିଆଯାଉଥିବା ୧୭.୫% ହୋଲ୍ଡିଂ ଟିକସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଯେଉଁମାନେ ଟିକସ ପୈଠ କରିବେ ନାହିଁ ସେମାନଙ୍କୁ ପ୍ରଥମେ ରେଡ୍‌ ନୋଟିସ ଜାରି କରାଯିବ। ଏହାପରେ କିନ୍ନରମାନଙ୍କୁ ପଠାଇ ଟିକସ ଜୋର ଜବରଦସ୍ତ ଆଦାୟ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ, ୧୬ହଜାର ଟିକସଦାତା ସେମାନଙ୍କର ହୋଲ୍ଡିଂ ଟ୍ୟାକ୍ସ ନିୟମିତ ପୈଠ କରିନାହାନ୍ତି। ଏ ବାବଦରେ ୪୩ କୋଟି ଟଙ୍କା ଆଦାୟ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri