ପୋଲରେ ଖାଲ: ଯାତାୟାତ ଠପ୍‌

କେନ୍ଦୁଝର,୧୭।୯(ସ୍ବ.ପ୍ର.): ମୁମ୍ବାଇ-କୋଲକାତା ଏନ୍‌ଏଚ୍‌ ୪୯ ସ୍ଥାନୀୟ ଶଙ୍କରପୁର ନିକଟ ଅରଡେଇ ନଦୀ ଉପରେ ଥିବା ପୁରୁଣା ପୋଲରେ ଖାଲ ସୃଷ୍ଟି ହୋଇଛି। ଏ ନେଇ ଯାତାୟାତ ଠପ୍‌ ହୋଇଯାଇଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପୋଲ ନିର୍ମାଣ ଲାଗି ବିକ୍ଷୋଭ କରୁଥିଲେ ହେଁ ସ୍ଥାନୀୟ ପ୍ରଶାସନ ଅଦ୍ୟାବଧି ପହଞ୍ଚି ନ ଥିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Share