ବ୍ରିଜ୍‌ରେ ଗାତ: ଯାତାୟାତରେ ସମସ୍ୟା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ୍‌ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ ସିମେଣ୍ଟ ବାହାରି ଗାତ ହୋଇଗଲାଣି। ବାହାରକୁ ଲୁହା ରଡ ବାହାରି ପଡିଥିବା ବେଳେ ଗାଡି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏନେଇ ପ୍ରତିଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଏଥିସହ ଶହଶହ ପର୍ଯ୍ୟଟକ ଗାଡି ମଧ୍ୟ ଯାତାୟାତ କରୁଛି। ତେବେ ଉକ୍ତ ବ୍ରିଜ୍‌ର ମରାମତି ନେଇ ଭୁବନେଶ୍ବର ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଏନକେ ନାୟକଙ୍କୁ ଯୋଗଯୋଗ କରାଯାଇଥିବା ବେଳେ ବ୍ରହ୍ମପୁର ଏନ୍‌ଏଚ୍‌ କାର୍ଯ୍ୟାଳୟକୁ ଜଣାଇବା ସହ ଲିଖିତ ଭାବେ ଅଭିଯୋଗ କରିବାକୁ ସେ କହିଥିଲେ। ଅନ୍ୟପଟେ, ଯଥାଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ବ୍ରହ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟବାନ ପଟେଲଙ୍କୁ ଯୋଗାଯୋଗ କରିବା ପରେ କହିଛନ୍ତି।

Share