ଶାଖା କେନାଲ ରାସ୍ତା ମଝିରେ ଗର୍ତ୍ତ

ମାହାଙ୍ଗା ୧୩ା୮(ସ୍ବ.ପ୍ର.): ମାହାଙ୍ଗା ବ୍ଲକ ଅନ୍ତର୍ଗତ ତଥା ନିଶ୍ଚିିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧୀନରେ ଥିବା ୮ ଏଫ୍‌ ଶାଖା କେନାଲ ବନ୍ଧ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଗୋତରା ସେନାପତି ସାହି ନିକଟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଜଳସେଚନ ଏବଂ ଗମନାମନରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି ା ପ୍ରକାଶ ଯେ, ଏହି କେନାଲ ବନ୍ଧ ରାସ୍ତାଟି ନିଶ୍ଚିିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ା ୬.୫ କି.ମି. ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।
୨୦୧୮ରେ ନାବାର୍ଡ ସହାୟତାରେ ୨ କୋଟି ୮୭ ଲକ୍ଷ ୧୦ ହଜାର ଟଙ୍କା ଅର୍ଥ ରାଶି ମଞ୍ଜୁର କରାଯାଇ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା ା ୨୦୧୯ରେ କାର୍ଯ୍ୟ ଶେଷ ହେବା ନେଇ ଅବଧି ଥିଲା। କିନ୍ତୁ ୨୦୨୧ରେ ଏହା ଶେଷ ହୋଇଥିଲା ା ମାତ୍ର କାର୍ଯ୍ୟ ସରିବାର ଏକ ମାସ ମଧ୍ୟରେ ବର୍ଷା ହେବା ଯୋଗୁ ୩ ଶହ ମିଟରରୁ ଊର୍ଦ୍ଧ୍ୱ ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯାଇଥିଲା ା ପରେ ଏହାକୁ ପୁନଃ ନିର୍ମାଣ କରାଯାଇଥିଲା ା କିନ୍ତୁ ଏବେ କେନାଲରେ ପାଣି ଆସିବା ପରେ ଗୋତରା ସେନାପତି ସାହି ନିକଟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି ା ଏହାକୁ ତୁରନ୍ତ ମରାମତି କରାନଗଲେ ସେଠାରେ ବଡ଼ ଘାଇ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି। ରାସ୍ତା କାର୍ଯ୍ୟ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ ଠିକାଦାର ମନମୁଖିଭାବେ ନିମ୍ନମାନର କାର୍ଯ୍ୟ କରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହି କେନାଲ ଅଛୁତପୁର ଜଳ ସମ୍ପଦ ବିଭାଗ ଅଧୀନରେ ରହିଛି। ମାତ୍ର ବିଭାଗୀୟ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିବାକୁ ଆସୁ ନ ଥିବାରୁ କେନାଲର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଗର୍ତ୍ତ ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି ା ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।