ରାସ୍ତା ମଝିରେ ଗର୍ତ୍ତକୁ ନେଇ ଅସନ୍ତୋଷ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମକୁ ଯିବା ମୁଖ୍ୟ ରାସ୍ତାରେ ଡ୍ରେନ୍‌ର ପ୍ଲେଟ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଗାଁର ମୁଖ୍ୟ ରାସ୍ତା ହୋଇଥିବା ଯୋଗୁ ଯାତାୟାତରେ ଘୋର ସମସ୍ୟା ଦେଖାଦେଇଛି। ଏଥିସହ ସେଠାରେ ଏକ ସ୍କୁଲ ରହିଛି। ବର୍ତ୍ତମାନ ଦୁଇ ଦିନ ହେବ ସ୍କୁଲ ଖୋଲିଲା କେତେବେଳେ ପିଲାମାନେ ଉକ୍ତ ଗର୍ତ୍ତରେ ପଡି ଆହତ ହେବେ କହିହେବ ନାହିଁ। ପୁଇଁତୋଳା ଗ୍ରାମରେ ମାଳମାଳ ନେତା କିନ୍ତୁ ଗାଁର ସମସ୍ୟା ସମାଧାନ ପ୍ରତି କାହାର ଆନ୍ତରିକତା ନ ଥିବା ପରିଲକ୍ଷିତ ହୋଇଛି। ଡ୍ରେନ ନିର୍ମାଣ ବେଳେ ଠିକାଦାର ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବର୍ଷା ଦିନ ଆସିଲାଣି ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ନ ହେଲେ ଗ୍ରାମ ମଧ୍ୟରେ ଡ୍ରେନ୍‌ ପାଣି ପଶିବା ଥୟ ବୋଲି ଆଲୋଚନା ହେଉଛି।