ଟୋଲଗେଟ୍‌ ପାଇଁ ଖୋଳା ଯାଇଥିବା ଗାତ ନେଲା ଜୀବନ

ଭଞ୍ଜନଗର,୨୭।୧୨(ଡି.ଏନ.ଏ): ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥର ଖାରିଗୁଡ଼ା ନିକଟରେ ନିର୍ମାଣଧୀନ ଟୋଲ ଗେଟ୍‌ ଗାତରେ ପଡ଼ି ସୋମବାର ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜି.ଉଦୟଗିରି ଥାନା ବାଦଗଡ଼ର ମହିନାଥ ପ୍ରଧାନ। ଭଞ୍ଜନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି ।

ମହିନାଥ ବାଇକ୍‌ ଯୋଗେ ଭଞ୍ଜନଗର ଆସୁଥିଲେ। କୁହୁଡ଼ି ଯୋଗୁ ସେ ରାସ୍ତା ଜାଣି ନ ପାରି ଟୋଲଗେଟ୍‌ ପାଇଁ ଖୋଳା ଯାଇଥିବା ଗାତରେ ବାଇକ୍‌ ସହ ପଡ଼ିଯାଇଥିଲେ। ନିର୍ମାଣ କାର୍ଯ୍ୟସ୍ଥଳରେ କୌଣସି ସଙ୍କେତ ଲଗାଯାଇ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମହିନାଥଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share