ଖୋର୍ଦ୍ଧା ଅଫିସ,୨୯।୩: ରଙ୍ଗର ପର୍ବ ହୋଲି। ସହରଠୁ ପୁରପଲ୍ଲୀ ଯାଏ ସବୁଠି ଉତ୍ସବର ମାହୋଲ। କୋଭିଡ କଟକଣା ହୋଲିକୁ ରଙ୍ଗହୀନ କରଦେଇଛି। ସହରଠୁ ଗାଁ ସବୁଠି ରାସ୍ତାଘାଟ ଖାଁ ଖାଁ। ଲୋକେ ପରିବାର ସହ ହୋଲି ପାଳୁଥିବା ଦେଖିବାକୁ ମିଳିଛି।
ବର୍ଷକୁ ଥରେ ଆନନ୍ଦ ଉଲ୍ଲାସ ନେଇ ଆସେ ହୋଲି । ମାତ୍ର ଏବର୍ଷ ହୋଲି ନିରାଡ଼ମ୍ବରରେ ପାଳିତ ହୋଇଛି। ରାଜରାସ୍ତା, ଏକାଠି ଖେଳ ଉପରେ କଟକଣା ଥିବାରୁ
ରଙ୍ଗ ବେପାରୀଙ୍କ ବେପାର ମାନ୍ଦା ରହିଛି। ପସରା ମେଲିଛି ହେଲେ ଗ୍ରାହକ ନାହାନ୍ତି। କାଁଭାଁ ରଙ୍ଗ ଦୋକାନରେ ଗ୍ରାହକଙ୍କୁ ଦେଖିବାକୁ ମିଳିଛି। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେପାର ସମ୍ପୂର୍ଣ୍ଣ ମାନ୍ଦା ରହିଥିବା ରଙ୍ଗ ବେପାରୀ ସୁଦର୍ଶନ ସାହୁ କହିଛନ୍ତି।