କରୋନା ମାଡ଼ରେ ଫିକା ହୋଲି

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି। ହୋଲିକୁ ଆନନ୍ଦର ପର୍ବ ଭାବି, ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି । ଠାକୁରଙ୍କୁ ଅବିର ମଧ୍ୟ ଲଗାଯାଏ। ତେବେ କରୋନା ଯୋଗୁ ଚଳିତ ବର୍ଷ ହୋଲି ଫିକା ପଡ଼ିଛି। ଏ ନେଇ ବିଭିନ୍ନ କଟକଣା ଜାରି ହୋଇଛି। ନିଜ ନିଜ ଘରେ ରହି ହୋଲି ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Share