ଆଗକୁ ହୋଲି-ଇଷ୍ଟର୍‌-ଇଦ୍‌: ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୪।୩: ଆଗକୁ ହୋଲି, ଶବ୍‌-ଇ-ବାରାତ୍‌, ବିହୁ, ଇଷ୍ଟର ଏବଂ ଇଦ୍‌-ଉଲ୍‌-ଫିତର ଆଦି ପର୍ବ ପାଳନ କରାଯିବ। ତେବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟ ଜାରି ରହିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାରଙ୍କ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଆରତି ଆହୂଜା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତର ମୁଖ୍ୟ ସଚିବ ଏବଂ ପ୍ରଶାସନଙ୍କ ନିକଟକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଚିଠି ଲେଖିଛନ୍ତି। ଫେଷ୍ଟିଭାଲ୍‌ ଅବସରରେ କରୋନା ଗାଇଡ୍‌ଲାଇନ୍ସ୍‌କୁ ପାଳନ କରିବା ଲାଗି ଚିଠିରେ ଉଲ୍ଲେଖ କରାଯାଇଛି। ଗହଳିରୁ ଦୂରେଇ ରହିବା ସହିତ ସାର୍ବଜନୀକ ଉତ୍ସବ ପାଳନରୁ ବିରତ ରହିବା ଉପରେ ଚିଠିରେ ଗୁରୁତ୍ୱାରୋପ କରାଯାଇଛି।

Share