Categories: ଫୁରସତ

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ।
ପ୍ରତିବର୍ଷ ଅଗଷ୍ଟ ମାସର ଶେଷ ବୁଧବାର ସ୍ପେନର ଲୋକେ ବାହାରକୁ ବାହାରିଥାନ୍ତି। କାରଣ ସେଦିନ ଥାଏ ହୋଲି। ଏଥିରେ ଲୋକମାନେ ଜଣେ ଅନ୍ୟଜଣଙ୍କୁ ଟମାଟୋ ଫୋପାଡ଼ି ହୋଲିର ବଧାଇ ଜଣାଇଥାନ୍ତି। ୧୯୯୫ ମସିହାରୁ ସ୍ପେନ୍‌ରେ ଏପରି ହୋଲି ପାଳିତ ହୋଇ ଆସୁଛି। ଏହା ଅନ୍ୟ ସ୍ଥାନରେ ପାଳିତ ହେଉଥିବା ହୋଲିଠାରୁ ଭିନ୍ନ ହୋଇଥିବା ହେତୁ ପ୍ରତିବର୍ଷ ବିଭିନ୍ନ ଦେଶର ଲୋକେ ଏଠାକୁ ଯାଇ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି।

Share