Advertisement

ଦୋଳ ମେଳଣରେ ଜୋର୍‌ରେ ବାଜିବ ନାହିଁ ଡିଜେ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପରିସରରେ ଦୋଳ ମେଳଣ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଦୋଳ ମେଳଣ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବା ନେଇ ପୋଲିସ ଓ ମେଲଣ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ତେବେ ଜୋର୍‌ରେ ନ ବଜାଇ ଧୀର ଶବ୍ଦରେ ଡିଜେ ବଜାଇବାକୁ ବୈଠକରେ ସ୍ଥିର ହୋଇଛି। ତିହିଡ଼ି ବ୍ଲକରେ ପରମ୍ପରା ଅନୁଯାୟୀ କାଳିମେଘା, ଝାଡ଼ପଟା, ତିହିଡ଼ି, କୋହ୍ଲ, ବାରୋ, ବୋଡ଼କ, ମୂଷାଙ୍ଗ, ପାଳିଆବିନ୍ଧା ଆଦି ସ୍ଥାନରେ ଦୋଳ ମେଳଣ ହେବ। ଦୋଳ ବିମାନ ସବୁ ନିର୍ଦ୍ଧାରିତ ସମୟରେ ନମ୍ବର ଅନୁଯାୟୀ ଶୋଭାଯାତ୍ରାରେ ମେଳଣ ପଡ଼ିଆରେ ପ୍ରବେଶ କରିବେ।

କମିଟି କର୍ମକର୍ତ୍ତା ସଜାଗ ରହିଲେ ପୋଲିସର ସହଯୋଗରେ ମେଳଣ ସୁଚାରୁରୂପେ ସମ୍ପନ୍ନ ହୋଇପାରିବ ବୋଲି ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ କହିଥିଲେ। ମେଳଣ ସମୟରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ ଚେତାବନୀ ଦେଇଥିଲେ।

ଏସ୍‌ଆଇ ଅରୁନ୍ଧତୀ ବେହେରାଙ୍କ ସଞ୍ଚାଳନରେ ଅନୁଷ୍ଠିତ ବୈଠକରେ ବାଣୀକଲ୍ୟାଣ ମହାପାତ୍ର, ଚିନ୍ତାମଣି ଦାସ, ସଚ୍ଚିକାନ୍ତ ନାୟକ, ଗଣେଶ ପ୍ରସାଦ ନାୟକ, ସୁରେଶ ମହାପାତ୍ର, ଉମାକାନ୍ତ ଦାସ, ଅଜୟ ରାଉତ, ରତିକାନ୍ତ ଦାସ, ବିନୋଦ ବିହାରୀ ସାହୁ, ପ୍ରଦୀପ ସାହୁ, ପୀତାମ୍ବର ସେଠୀ, ଦିଲୀପ ବିଶ୍ୱାଳ, ଦାଶରଥି ମହାପାତ୍ର ପ୍ରମୁଖ ମେଲଣ କମିଟିର କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share