Categories: ଜାତୀୟ

ହୋଲି ମିଳନ ବନ୍ଦ

ପାଟନା,୧୬।୩: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ହୋଲି ମିଳନ ଉପରେ କଟକଣା ଜାରି କରାଯାଇଛି। ସାର୍ବଜନୀନ ସ୍ଥଳରେ ହୋଲି ମିଳନ ହୋଇପାରିବ ନାହିଁ। ତେବେ ଲୋକେ ଘରେ ହୋଲି ପାଳି ପାରିବେ। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ନମୁନା ପରୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାରଙ୍କ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ମହାରାଷ୍ଟ୍ର, କେରଳ,ପଞ୍ଜାବ, ତାମିଲନାଡୁ, ଗୁଜରାଟ ଆଦି ରାଜ୍ୟରେ ବାସ କରୁଥିବା ବିହାରବାସୀ ହୋଲି ଅବସରରେ ଘରକୁ ଆସୁଥିବାରୁ ସେମାନଙ୍କର କରୋନା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଏଭଳି ଯାତ୍ରୀଙ୍କୁ ବିମାନବନ୍ଦର, ରେଳଷ୍ଟେଶନ ଅବା ବସ୍‌ଷ୍ଟାଣ୍ଡ୍‌ରେ କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ରାଜ୍ୟରେ ମାର୍ଚ୍ଚ ୧୭ଠାରୁ କଟକଣା ଲାଗୁହେବ। ସେହିପରି ମାର୍ଚ୍ଚ ୨୨ଠାରୁ ସ୍କୁଲ କଲେଜ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରାଯିବାର ଯୋଜନା ରହିଛି।

Share