ହୋଲି ରଙ୍ଗ ପଡ଼ିଲା ଫିକା: ଯୋଗୀ ସରକାର ଜାରି କଲେ କଟକଣା

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶରେ ଚଳିତ ବର୍ଷ ହୋଲି ରଙ୍ଗ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାର୍ବଜନୀକ ହୋଲି ପାଳନ, ପାର୍ଟି ଏବଂ ଅନ୍ୟ ସାମୁହିକ ଆୟୋଜନ ଉପରେ ରୋକ ଲଗାଇଛନ୍ତି। ଏହା ସହିତ ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି। କୌଣସି ସାର୍ବଜନୀକ କାର୍ଯ୍ୟକ୍ରମରେ ୬୦ ବର୍ଷ ଅବା ଏହାଠାରୁ ଅଧିକ ବର୍ଷ ବୟସ୍କ ଲୋକ ଏବଂ ୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ସାମିଲ କରାଯିବ ନାହିଁ। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଯାଞ୍ଚ୍‌କୁ ବାଧ୍ୟତାମୂଳକ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ତେବେ ଲୋକେ ନିଜ ନିଜ ଘରେ ହୋଲି ଉତ୍ସବ ପାଳନ କରିପାରିବେ।

Share