ପରିବାର ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି ନୀଳନୟନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ପରିବାର ସହିତ ମାଳଦ୍ୱୀପରେ ଛୁଟି ମନାଉଥିବା ଖବର ଚର୍ଚ୍ଚାରେ ରହିଛି। ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି ଐଶ୍ୱର୍ଯ୍ୟା। ଏ ବିଷୟରେ ଐଶ୍ୱର୍ଯ୍ୟା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ଐଶ୍‌ ବହୁତ ଆକ୍ଟିଭ୍‌ ରୁହନ୍ତି। ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ସେ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋ ମାଳଦ୍ୱୀପର ଅଟେ ବୋଲି ସ୍ପଷ୍ଟ ଜଣାପଡୁଛି। ଏହି ଫଟୋରେ ସୁନ୍ଦର ଗଛ ଏବଂ ନୀଳ ସମୁଦ୍ରର ଦୃଶ୍ୟରାଜି ଖୁବ୍‌ ମନ ମତାଣିଆ ହୋଇଛି। ଫଟୋ ଶେୟାର କରି ଐଶର୍ଯ୍ୟା କ୍ୟାପଶନ ଲେଖିଛନ୍ତି, ‘ସୂର୍ଯ୍ୟ, ପବନ ଏବଂ ସ୍ବର୍ଗ’।

ଐଶ୍ୱର୍ଯ୍ୟା ମାଳଦ୍ୱୀପରେ ଥିବା ରିସୋର୍ଟକୁ ଟ୍ୟାଗ୍‌ କରିଛନ୍ତି। ଯେଉଁଠାରେ ସେ ପରିବାର ସହ ରହୁଛନ୍ତି। ସେମାନେ ଯେଉଁ ରିସୋର୍ଟରେ ରହୁଛନ୍ତି, ତା’ର ନାମ ହେଲା ‘ଆମିଲା। ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଏ ତ ଗଲା ଐଶ୍ୱର୍ଯ୍ୟାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଫିଲ୍ମ କ୍ୟାରିୟର କଥା କହିବା ତେବେ ସେ ଖୁବ୍‌ଶୀଘ୍ର ତାମିଲ ଫିଲ୍ମ ‘ପୋନିୟିନ୍‌ ସେଲଭାନ’ରେ ନଜର ଆସିବେ। ଐଶ୍ୱର୍ଯ୍ୟାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଫ୍ୟାନି ଖାନ୍‌’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ ଏବଂ ଅନିଲ କପୁରଙ୍କ ସହ ନଜର ଆସିଥିଲେ। ଫିଲ୍ମଟି ୨୦୧୮ରେ ମୁକ୍ତିଲାଭ କରିଥିଲା।

Share