ପୂର୍ବତନ ପ୍ରେମିକାଙ୍କ ରକ୍ତ ପିଇବାକୁ ଚାହୁଁଛନ୍ତି ଏହି ଅଭିନେତା

ଫିଲ୍ମ ‘କଲ୍‌ ମି ୟୋର ନେମ୍‌’ରୁ ଚର୍ଚ୍ଚାକୁ ଆସିଥିବା ହଲିଉଡ୍‌ ଅଭିନେତା ଆର୍ମି ହମର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଲୁକ୍‌ ଏବଂ ରିଲେସନଶିପ୍‌କୁ ନେଇ ସବୁବେଳେ ଆଲୋଚନାରେ ରହୁଥିବା ଆର୍ମିଙ୍କ ଡାର୍କ ସାଇଡ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ କିଛି ମେସେଜ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତା ନିଜକୁ ଜଣେ ଖରାପ ବ୍ୟକ୍ତି ବୋଲି କହିଛନ୍ତି। ଆର୍ମି ଏହି ମେସେଜ୍‌ ତାଙ୍କ ପୂବ ପ୍ରେମିକାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି।
ସେ ମେସେଜ୍‌ରେ ଲେଖିଛନ୍ତି ଯେ, ପୂର୍ବ ପ୍ରେମିକାଙ୍କ ଗୋଡ଼ର ଗାଙ୍ଗୁଠି କାଟି ନିଜର ପକେଟରେ ରଖି ବୁଲିବାକୁ ଚାହୁଛି। ମୁଁ ଶତପ୍ରତିଶତ ଜଣେ ଖରାପ ବ୍ୟକ୍ତି। ମୁଁ ତୁମକୁ ଖାଇବାକୁ ଚାହୁଁଛି। ମୋତେ ତୁମର ରକ୍ତ ପିଇବାର ଆବଶ୍ୟକତା ରହିଛି। ଆର୍ମି ପୂର୍ବ ପ୍ରେମିକାକୁ ନିଜର ଗୁଲାମ କରିବାକୁ ଚାହୁଁଥିବା କଥା ଏବେ ଭାଇରାଲ ହେବାରେ ଲାଗିଛି। ଏହି ମେସେଜ୍‌ ବ୍ଲୁ ଟିକ୍‌ ନାମକ ଜଣେ ମହିଳାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରୁ ଶେୟାର ହୋଇଛି। ଏହାକୁ ଅଭିନେତ୍ରୀ ବେଲା ଥ୍ରୋନ୍‌ ସମର୍ଥନ କରିଛନ୍ତି।

Share