ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ହଲିଉଡ୍‌ ଅଭିନେତା; ଅଧା ଘଣ୍ଟାରେ ଥରେ କରିଥିଲେ ପ୍ରପୋଜ୍‌…

ବମ୍ବେ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ନିକ୍‌ ଜୋନାସଙ୍କୁ ବିବାହ କରିଛନ୍ତି। ନିକଟରେ ଉଭୟ ପିତାମାତା ମଧ୍ୟ ହୋଇଛନ୍ତି। ହେଲେ ଦିନ ଥିଲା ପିସିଙ୍କୁ ବିବାହ କରିବାକୁ ବଲିଉଡ୍‌ ତଥା ହଲିଉଡ୍‌ର କିଛି କଳାକାର ଚାହିଁ ରହିଥିଲେ। ସେଭଳି ଜଣେ ଥିଲେ ଜେରାର୍ଡ ବଟ୍‌ଲର। ଏହି ହଲିଉଡ୍‌ ଅଭିନେତା ପ୍ରିୟଙ୍କାଙ୍କୁ ବହୁତ ଭଲ ପାଉଥିଲେ। ଏପରିକି ତାଙ୍କୁ ଅନେକ ଥର ବିବାହ ଲାଗି ପ୍ରପୋଜ ମଧ୍ୟ କରିଥିଲେ। ମାତ୍ର କେବେ ବି ତାଙ୍କୁ ହଁ କହି ନ ଥିଲେ ପିସି।

୨୦୦୯ରେ ବଟ୍‌ଲର ଭାରତ ଆସିଥିଲେ। ଏହି ସମୟରେ ପିସି ତାଙ୍କ ପାଇଁ ଏକ ପାର୍ଟି ରଖିଥିଲେ। ପାର୍ଟିରେ ପ୍ରତି ଅଧଘଣ୍ଟାରେ ଥରେ ଆଣ୍ଠୁମାଡ଼ି ବସି ସେ ପ୍ରିୟଙ୍କାକୁ ବିବାହ ଲାଗି ପ୍ରପୋଜ କରିଥିଲେ। ହେଲେ ସମସ୍ତଙ୍କ ସମ୍ମୁଖରେ ଏହାକୁ ହସରେ ଉଡାଇ ଦେଇଥିଲେ ପିସି। ସେହିଭଳି ୨୦୧୨ରେ ଦେଇଥିବା ଏକ ସାକ୍ଷାତକାରରେ ପିସିଙ୍କୁ ନେଇ ହୃଦୟର କଥାକୁ କହିଥିଲେ ବଟ୍‌ଲର। ସେ ଅବିବାହିତ ଏବଂ ପ୍ରିୟଙ୍କାଙ୍କୁ ଅପେକ୍ଷା କରିଛନ୍ତି ବୋଲି କହି ଚର୍ଚ୍ଚାକୁ ଆସିଥିଲେ।

ହେଲେ ସମସ୍ତଙ୍କ ହୃଦୟ ଭାଙ୍ଗି ପିସି ନିକ୍‌ଙ୍କୁ ବିବାହ କରିଥିଲେ। ଉଭୟ ହିନ୍ଦୁ ଏବଂ ଖ୍ରିଷ୍ଟିଆନ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବୟସାଗତ ପ୍ରାର୍ଥକ୍ୟ ଯୋଗୁ ବିବାହ ବେଶ ଚର୍ଚ୍ଚାରେ ରହିଥିଲା। ଦେଶ ତଥା ବିଦେଶର ଅନେକ ସମ୍ପର୍କୀୟ ଏଥିରେ ସାମିଲ ହୋଇଥିଲେ।

Share