ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ମଲ୍ଟିପଲ ମିଲୋମା ନାମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁଯାୟୀ, ଅନୁପମ ସ୍ତ୍ରୀଙ୍କ ଦେଖାଶୁଣା ପାଇଁ ଏକ ବଡ଼ ପ୍ରୋଜେକ୍ଟକୁ ଛାଡିଦେଇଛନ୍ତି। ଯାହାଫଳରେ ସେ ସ୍ତ୍ରୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇପାରିବେ।
ଅନୁପମ ଆମେରିକୀୟ ଟିଭି ଚ୍ୟାନେଲ ଏନ୍‌ସିବିର ସିରିଜ୍‌ ନ୍ୟୁ ‘ଏମଷ୍ଟରଡମ’ରେ ଆଉ କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ସିରିଜ୍‌ରେ ଅନୁପମ ଡକ୍ଟର ବିଜୟ କପୁର ଚରିତ୍ରରେ ଅଭିନୟ କରୁଥିଲେ। ଏହା ଏକ ମେଡିକାଲ ଡ୍ରାମା ସିରିଜ୍‌, ଏହାର ତୃତୀୟ ସିଜିନ୍‌ ଏବେ ଟିଭିରେ ପ୍ରସାରିତ ହେଉଛି। ତେବେ ସ୍ତ୍ରୀଙ୍କ ଦେଖାଶୁଣା ପାଇଁ ସେ ଆଉ ଏହି ପ୍ରୋଜେକ୍ଟରେ କାମ କରିବେ ନାହିଁ ବୋଲି ଜଣାପଡ଼ିଛି।

Share