ଆପତ୍ତି ଜନକ ସିନ୍‌ ପାଇଁ ଏହି ହଲିଉଡ୍‌ ଫିଲ୍ମ ଭାରତରେ ବ୍ୟାନ୍‌: ରାହୁଲଙ୍କ ବିରୋଧରେ ଗୁଜବ…

ନୂଆଦିଲ୍ଲୀ,୨୦।୫: କେତେକ ଆପତ୍ତି ଜନକ ଦୃଶ୍ୟ ଥିବାରୁ ୨୦୧୫ରେ ହଲିଉଡ୍‌ ଫିଲ୍ମ ଫିଫ୍ଟି ଶେଡସ୍‌ ଅଫ୍‌ ଗ୍ରେକୁ ଭାରତୀୟ ସେନସର ବୋର୍ଡ ପକ୍ଷରୁ ରିଲିଜ୍‌ ପାଇଁ ଅନୁମତି ମିଳି ନ ଥିଲା। ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ସହିତ ଅଶ୍ଳୀଳ ଦ୍ୱି ଅର୍ଥ ବୋଧକ ଭାଷା ଥିବାରୁ ଏହାକୁ ଭାରତର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ ତତ୍କାଳୀନ ସିଇଓ ଶ୍ରବଣ କୁମାର ରିଲିଜ୍‌ ଅନୁମତି ପ୍ରଦାନ କରି ନ ଥିଲେ। ଫିଲ୍ମ ନିର୍ମାତା ଏନେଇ ଅପିଲ୍‌ ଅବା ରିଭାଇଜିଂ କମିଟିରେ ଆବେଦନ କରିପାରିବେ ବୋଲି ସେ କହିଥିଲେ। ତେବେ ନିର୍ମାତା ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ମନସ୍ଥ କରିଥିଲେ। ଫିଲ୍ମକୁ ନେଟ୍‌ଫ୍ଲିକ୍ସ୍‌ରେ ରିଲିଜ୍‌ କରାଗଲା। ନେଟ୍‌ଫ୍ଲିକ୍ସ୍‌ରେ ଫିଲ୍ମଟି ନୂଆ ଇତିହାସ ରଚିଛି। ଚଳିତ ସପ୍ତାହରେ ଏହା ଟପ୍‌ ୧୦ ଟ୍ରେଣ୍ଡ୍‌ରେ ଶୀର୍ଷରେ ରହିଛି। ଫିଲ୍ମର ଏକ ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଗର୍ଲ ଫ୍ରେଣ୍ଡ୍‌ଙ୍କୁ କୋଳରେ ଉଠାଇଥିବା ନେଇ ଏହି ଫିଲ୍ମର ଫଟୋକୁ ନେଇ ଚର୍ଚ୍ଚା ହେଉଛି। ମାତ୍ର ପ୍ରକୃତ ପକ୍ଷେ ଅଭିନେତା ଜାମି ଡୋର୍ନାନ୍‌ ଅଭିନେତ୍ରୀ ଡାକୋଟା ଜନଶନଙ୍କୁ ଫିଲ୍ମର ଏକ ଦୃଶ୍ୟରେ କୋଳରେ ଉଠାଇଛନ୍ତି। ଜାମି ଡୋର୍ନାନ୍‌ଙ୍କ ସହିତ ରାହୁଲ ଗାନ୍ଧୀଙ୍କର କେତେକ ସାମ୍ୟତା ଥିବାରୁ କିଛି ୟୁଜର ଏହି ଫଟୋ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ୍‌ କରି ଗୁଜବ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

Share