କ୍ୟାନ୍ସରରେ ଆଖି ବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ ଅଭିନେତା ଡଷ୍ଟିନ ଡାଇମଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ତେବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଟିଭି ଶୋ’ ‘ସେଭ୍‌ ବାଏ ଦ ବେଲ’ ପାଇଁ ସେ ବେଶ୍‌ ଲୋକପ୍ରିୟ ଥିଲେ। ଏ ନେଇ ଡଷ୍ଟିନଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଡଷ୍ଟିନ କର୍କଟ ରୋଗରେ ଆକ୍ରାନ୍ତ ଥିବା ୩ ସପ୍ତାହ ପୂର୍ବେ ଜଣାପଡ଼ିଥିଲା। ଏହା ତାଙ୍କ ସମ୍ପୂର୍ଣ୍ଣ ଶରୀରକୁ ଶୀଘ୍ର ବ୍ୟାପିଯାଇଥିଲା। ମାତ୍ର ଏହି ରୋଗକୁ ନେଇ ଡଷ୍ଟିନଙ୍କ ମୁହଁରେ ଆଦୌ ହେଲେ ଦୁଃଖ ନ ଥିଲା। ତାଙ୍କୁ କେବେବି ଦୁଃଖରେ ବୁଡି ରହିବାର ଦେଖିବାକୁ ମିଳି ନ ଥିଲା ବୋଲି ମୁଖପାତ୍ର କହିଛନ୍ତି।
କାଲିଫର୍ଣ୍ଣିଆରେ ରହୁଥିବା ଡଷ୍ଟିନ ‘ଗୁଡ୍‌ ମର୍ଣ୍ଣିଂ ବିସ୍‌ ବ୍ଲିସ୍‌’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଅନେକ ରିଆଲିଟି ଶୋ’ ସେଲିବ୍ରିଟି ଫିଟ୍‌ କ୍ଲବ, ସେଲିବ୍ରିଟି ବକ୍ସିଂ ୨ ଏବଂ ସେଲିବ୍ରିଟି ଚାମ୍ପିୟନଶିପ୍‌ କୁସ୍ତି ଆଦିରେ ତାଙ୍କୁ ଦେଖିବାକୁ ମିଳିଥିଲା।

Share