ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍ ଏବଂ ତାଙ୍କ ସ୍ବାମୀ କାନେ ଓ୍ବେଷ୍ଟଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ। ଏହି ଦମ୍ପତିଙ୍କ ବିବାହକୁ ୭ ବର୍ଷ ହୋଇଯାଇଥିବା ବେଳେ ଗତ କିଛି ମାସ ହେବ ଏମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଉଭୟ ଅନେକ ମାସ ହେବ ପରସ୍ପରଠାରୁ ଅଲଗା ରହିଆସୁଛନ୍ତି। ଏବେ ପୁଣିଥରେ ଏହି ଯୋଡି ଚର୍ଚ୍ଚାକୁ ଆସିଛନ୍ତି। କାରଣ ହେଉଛି, କିମ୍ ସ୍ବାମୀ କାନେଙ୍କଠାରୁ ଅଲଗା ହେବା ପାଇଁ ଛାଡପତ୍ର ଆବେଦନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି।
କିମ୍ ବର୍ତ୍ତମାନ ୪ ପିଲାଙ୍କ ସହ ଲସ୍ଆଞ୍ଜେଲେସରେ ରହୁଥିବା ବେଳେ କାନେ ନିଜ ଫାର୍ମ ହାଉସରେ ରହୁଛନ୍ତି।