ଭଗବାନ ଗଣେଶଙ୍କ ଲକେଟ ପିନ୍ଧି ଟପ୍‌ଲେସ୍‌ ହେଲେ ଏହି ପପ୍‌ଷ୍ଟାର, ରାଗିଗଲେ…

ବମ୍ବେ: ବିବାଦରେ ପପ୍‌ଷ୍ଟାର ତଥା ଫ୍ୟାଶନ ଆଇକନ୍‌ ରିହାନା। ସର୍ବଦା ସେ ନିଜର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ କଥାଟି ଭିନ୍ନ। ନିକଟରେ ସେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ୍‌ କରିଥିଲେ। ଟଙ୍କା ନେଇ ସେ ଏଭଳି କରିଥିବା କୁହାଯାଇଥିଲା। ଏହାର କିଛି ସପ୍ତାହ ନଯାଉଣୁ ପୁଣି ଏକ ଟୁଇଟ୍‌ ତାଙ୍କୁ ଅଡ଼ୁଆରେ ପକାଇଛି।

ରିହାନା ମଙ୍ଗଳବାର ନିଜର ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଟପ୍‌ଲେସ୍‌ ଥିବା ବେଳେ ଭଗବାନ ଗଣେଶଙ୍କ ଲକେଟ ଥିବା ଏକ ଚେନ୍‌ ପକାଇଥିବା ନଜର ଆସୁଛନ୍ତି। ହେଲେ ସେ ଟପ୍‌ଲେସ୍‌ ହୋଇ ଭଗବାନଙ୍କୁ ଅସମ୍ମାନ କରିଛନ୍ତି ବୋଲି ବ୍ୟବହାରକାରୀ ପ୍ରତିକ୍ରିୟା ଦେଉଛନ୍ତି। ଟାଟୁ ଦେଖାଇବା ଖରାପ ନୁହେଁ। ହେଲେ ଗଣେଷ ହିନ୍ଦୁମାନଙ୍କର ଦେବତା। ରିହାନାଙ୍କ ଏଭଳି ଆଚରଣ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଛି ବୋଲି କୁହାଯାଇ ତାଙ୍କୁ ଟ୍ରୋଲ କରାଯାଉଛି।

Share