ଅଧିକାର ମାଗୁଛନ୍ତି ହଲିଉଡ୍‌ ଲେଖକ

ଓ୍ବାଶିଂଟନ୍‌,୪ା୫ : ବୃହତ୍‌ ଷ୍ଟୁଡିଓ ତଥା ଷ୍ଟ୍ରିମିଂ ସର୍ଭିସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଲାଏନ୍ସ ଅଫ୍‌ ମୋଶନ ପିକ୍ଚର୍ସ ଆଣ୍ଡ୍‌ ଟେଲିଭିଜନ୍‌ ପ୍ରଡ୍ୟୁସର୍ସ (ଏଏମ୍‌ପିଟିପି) ଏବଂ ୟୁନିୟନ୍‌ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ହଲିଉଡ୍‌ ଫିଲ୍ମ ଓ ଟିଭି ଶୋ’ ଲେଖକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଇଣ୍ଡଷ୍ଟ୍ରିର ୧୧,୫୦୦ ସଦସ୍ୟ ମଙ୍ଗଳବାର ଅପରାହ୍ନରୁ ଲେଖିବା ବନ୍ଦ କରିଦେଇଥିବା ରାଇଟର୍ସ ଗିଲ୍ଡ ଅଫ୍‌ ଆମେରିକା (ଡବ୍ଲ୍ୟୁଜିଏ) ପକ୍ଷରୁ ଘୋଷଣା କରାଯାଇଛି। ଦୀର୍ଘ ୧୫ ବର୍ଷ ପରେ ଏହା ହେଉଛି ହଲିଉଡ୍‌ ରାଇଟର୍ସଙ୍କ ପ୍ରଥମ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆଗାମୀ ଦିନରେ ଟିଭି କାର୍ଯ୍ୟକ୍ରମ ଓ ଫିଲ୍ମଗୁଡ଼ିକ ଉପରେ ଏହାର ବହୁଳ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ଡବ୍ଲ୍ୟୁଜିଏର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଇଟର୍ସ ଗିଲ୍ଡ ଅଫ୍‌ ଆମେରିକା ଓ୍ବେଷ୍ଟ ପକ୍ଷରୁ ଟୁଇଟ୍‌ କରାଯାଇଛି। ସ୍କ୍ରିନ୍‌ରାଇଟର୍ସଙ୍କ ପାଇଁ ରେସିଡ୍ୟୁଆଲ୍ସ ହେଉଛି ରୟାଲ୍ଟି ପାଉଣା ସଦୃଶ, ଯାହା ସେମାନେ ଉଭୟ ବ୍ରଡ୍‌କାଷ୍ଟ ଓ ଷ୍ଟ୍ରିମିଂରୁ ପାଇଥାଆନ୍ତି। କିନ୍ତୁ ସମ୍ପ୍ରତି ସେମାନେ ବ୍ରଡ୍‌କାଷ୍ଟରୁ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି। ଷ୍ଟ୍ରିମିଂର ଚାହିଦା ବଢ଼ିବାରେ ଲାଗିଥିବାରୁ ଏହା ଅଧିକ ଲାଭଦାୟକ ହୋଇଛି। ଫଳରେ ଇଣ୍ଡଷ୍ଟ୍ରିରେ ଅସ୍ଥିରତା ସୃଷ୍ଟି ହୋଇଛି। କୌଣସି ଟେଲିଭିଜନ୍‌ ଶୋ’ର ଏକ ଅଧ୍ୟାୟ ଉଭୟ ରେଗୁଲାର ଟିଭି ଏବଂ ଷ୍ଟ୍ରିମିଂ ସର୍ଭିସ୍‌ରେ ପ୍ରସାରିତ ହେଲେ ଅଧିକାଂଶ କମ୍ପାନୀ ଷ୍ଟ୍ରିମିଂ ପାଇଁ କମ୍‌ ରେସିଡ୍ୟୁଆଲ୍ସ ଦେଇଥାଆନ୍ତି। ଷ୍ଟ୍ରିମିଂ ହେଉଥିବା ଶୋ’ ହିଟ୍‌ ହେଉ କି ନ ହେଉ ଏହାର ଲେଖକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ। କିନ୍ତୁ ବ୍ରଡ୍‌କାଷ୍ଟ ଟେଲିଭିଜନ୍‌ ‘ରିଓ୍ବାର୍ଡ ଫର୍‌ ସକ୍‌ସେସ୍‌’ ମଡେଲ ଆପଣାଇଥାଆନ୍ତି। ପାଉଣା ପ୍ରଦାନର ‘ସଫଳତା ପାଇଁ ପୁରସ୍କାର’ ନମୁନା ଅନୁସାରେ କୌଣସି ଶୋ’ ହିଟ୍‌ ହେଲେ ଲେଖକମାନେ ଅଧିକ ରେସିଡ୍ୟୁଆଲ୍ସ ବା ଅବଶିଷ୍ଟ ଅର୍ଥ ଆୟ କରିପାରନ୍ତି।
ଯୁକ୍ତି ହେଉଛି, ସଫଳତାକୁ ଷ୍ଟ୍ରିମିଂ ରେସିଡ୍ୟୁଆଲ୍ସରେ ସାମିଲ କରାଯାଉ ନ ଥିବାରୁ ଅନୁଭବୀ ଲେଖକଙ୍କୁ ଉଚିତ ପାରିଶ୍ରମିକ ସହ ସ୍ବୀକୃତି ମିଳୁନାହିଁ। ଏଭଳି ସମୟରେ ଷ୍ଟୁଡିଓ ଓ ଷ୍ଟ୍ରିମର୍ସ ଲେଖକଙ୍କ ପାଉଣା କାଟ୍‌ ପାଇଁ ଉଦ୍ୟମ ଚଳାଇଛନ୍ତି। ଷ୍ଟ୍ରିମିଂ ସେବାଗୁଡ଼ିକର ମିଶ୍ରଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ କାଟାଲଗ୍‌ରୁ ପୁରୁଣା ଶୋ’ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେବାରେ ଲାଗିଛନ୍ତି। ଫଳରେ ସେହି ଶୋ’ରୁ ଲେଖକମାନେ କିଛି ଆୟ କରିପାରିବେ ନାହିଁ। ଏହାର ପ୍ରତିବାଦରେ ଲେଖକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ସ୍କ୍ରିପ୍ଟ ରାଇଟିଂରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆଇଏ)ର ବ୍ୟବହାର ଉପରେ ମଧ୍ୟ ଆଇନ ପ୍ରଣୟନ କରାଯାଉ। ଏଏମ୍‌ପିଟିପିକୁ କାହାଣୀର ଉତ୍ସ ଭାବେ ବ୍ୟବହାର କରା ନ ଯାଉ ବୋଲି ଲେଖକମାନେ ଦାବି କରିଛନ୍ତି। ପ୍ରକାଶ ଯେ, ୨୦୦୭ରେ ବଲିଉଡ୍‌ ଲେଖକମାନେ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ୧୦୦ ଦିନ ଧରି ଚାଲିଥିଲା। ଏଥିଯୋଗୁ ଫିଲ୍ମ ନିର୍ମାଣ ବନ୍ଦ ହୋଇଯିବାରୁ କାଲିଫର୍ନିଆର ଅର୍ଥନୀତିକୁ ୨.୧ ବିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri