Categories: ଜାତୀୟ

ଇଣ୍ଡିଆ ଗେଟରେ ଲାଗିବ ସୁଭାଷ ବୋଷଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୨୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ । ଏହାସହ ପ୍ରଧାନମନ୍ତ୍ରୀ ବ୍ୟକ୍ତି ଓ ସଂସ୍ଥାକୁ ବିପତ୍ତି ପରିଚାଳନାରେ ସେମାନଙ୍କର ଯୋଗଦାନକୁ ସମ୍ମାନ ଦେଇ ନେତାଜୀ ସୁଭାଷ ଚନ୍ଦ ବୋଷ ବିପତ୍ତି ପରିଚାଳନା ପୁରସ୍କାର ପ୍ରଦାନ କରିବେ । ମୋଦି ଶୁକ୍ରବାର ଘୋଷଣା କରିଥିଲେ ଦେଶର ମହାନ ସୁପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି କୃତଜ୍ଞତାର ସଙ୍କେତ ସ୍ୱରୂପ ତାଙ୍କର ଏକ ଗ୍ରାନାଇଟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଯେପର୍ଯ୍ୟନ୍ତ ଗ୍ରାନାଇଟ ମୂର୍ତ୍ତି ତିଆରି କରାଯାଇ ନାହିଁ ସେପର୍ଯ୍ୟନ୍ତ ଇଣ୍ଡିଆ ଗେଟରେ ତାଙ୍କର ଏକ ହଲୋଗ୍ରାମ ମୂର୍ତ୍ତି ରହିବ । ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରାହାଳୟର ମହାନିର୍ଦ୍ଦେଶକ ଅଦୈତ ଗଡନାୟକ କହିଛନ୍ତି ରାଷ୍ଟ୍ରୀୟ ରାଜଧାନୀ ଇଣ୍ଡିଆ ଗେଟରେ ଲାଗିବାକୁ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟ ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟ ରହିବ । ଏହା ସମ୍ପୂର୍ଣ୍ଣ ଭାବେ ଗ୍ରାନାଇଟ ପଥରରେ ତିଆରି କରାଯିବ ।

Share