ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ଜଣାପଡିଛି। ଦୀର୍ଘ ୧୨ ବର୍ଷ ପରେ ଗ୍ରାମରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଗ୍ରାମବାସୀଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି।

ଆସନ୍ତା ମେ ୪ ତାରିଖରୁ ୧୧ ତାରିଖ ଯାଏଁ ୮ ଦିନ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ରବିବାର ସକାଳୁ ଯାତ୍ରା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ ବୃନ୍ଦ ଓ ବହୁ ସଂଖ୍ୟକ ଗ୍ରାମବାସୀ ମା’ଙ୍କ ମନ୍ଦିରକୁ ଯାଇ ପୁରୋହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରିବା ପରେ ସେଠାରୁ ଆଜ୍ଞାମାଳ ଧରି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ମଠ ଦାଣ୍ଡରେ ଥିବା ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରଯାଇଥିଲା।

ଯାତ୍ରା ପରିଚାଳନା ପାଇଁ ୫୭ ସଦସ୍ୟଙ୍କୁ ନେଇ  କମିଟି ଗଠନ କରାଯାଇଥିବା ବେଳେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ବାଲ ଗୋପାଳ ସାହୁ, ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି. କ୍ଷେତ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଶଙ୍କର ସେଠୀ, କାର୍ଯ୍ୟକର୍ତ୍ତା ସୁନୀଲ ବାଡତ୍ଯା, ଏ .ସିମା ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image