ନୂଆଦିଲ୍ଲୀ,୨୫।୨ : ଅଜରବୈଜାନ ଦୂତାବାସରେ ଖୋଜାଲି ନରସଂହାର ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଘଟଣାରେ ୧୯୯୨ ଫେବୃଆରୀ ୨୫-୨ର ଶୀତ ଏବଂ ତୁଷାର ରାତିରେ ଆର୍ମେନିଆ ସଶସ୍ତ୍ର ବାହିନୀ ଦ୍ୱାରା ନରସଂହାର କରାଯାଇଥିଲା। ଏଥିରେ ୬୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ମାନବଜାତି ଇତିହାସର ସବୁଠାରୁ ବର୍ବର ତଥା ନିର୍ଦ୍ଦୟ ଅପରାଧ ମଧ୍ୟରୁ ଗୋଟିଏ ।
ରାଜନୈତିକ ପ୍ରତିନିଧୀ, ଗଣମାଧ୍ୟମର ପ୍ରତିନିଧୀ ତଥା ଭାରତର ସାଂସ୍କୃତିକ ତଥା ଶିକ୍ଷାଗତ ଯୋଗ୍ୟତା ସହ ଜଡିତ ଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ବର୍ଣ୍ଣନା କରି ଅଜରବୈଜାନ ରାଷ୍ଟ୍ରଦୂତ କହିଛନ୍ତି ଯେ ଆର୍ମେନିଆ ସଶସ୍ତ୍ର ବାହିନୀ ସହରର ନୀରିହ ଲୋକଙ୍କୁ ହତ୍ୟା କରିଥିଲେ। ସୋଭିଏତ ସେନା ସହାୟତାରେ ଏହି କାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ୭ ହଜାର ଜନସଂଖ୍ୟା ବିଶିଷ୍ଟ ସହରରେ ମୃତ୍ୟୁର ତାଣ୍ଡବ ରଚା ଯାଇଥିଲା।