ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରବେଶ

ବଲାଙ୍ଗୀର ଅଫିସ, ୪ା୧୨
ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତର କାଲିଝରନ୍‌ ଗଁାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଘର କରିସାରିଥିବା ଗଁାର ୭ ଜଣ ହିତାଧିକାରୀ ରୀନା ବଢ଼ିଆ, ଟିନା ବଢ଼ିଆ, କଇଁରୁ ବଢ଼ିଆ, ମନ୍ଦୋ ବଢ଼ିଆ, ଧନସିଂ ବଢ଼ିଆ, ସୁଶାନ୍ତ ମଲ୍ଲିକ ଓ ମଙ୍ଗୁଳା ବଗର୍ତ୍ତୀଙ୍କ ଗୃହପ୍ରବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ବିଡିଓ ବାସୁଦେବ ମହାପାତ୍ର, ଏବିଡିଓ ରାମଦତ୍ତ ଭୋଇ, ବିପିସି ରାଜେଶ ଝାଙ୍କର, ଜୁନିୟର ଇଞ୍ଜିନିୟର ସଞ୍ଜୟ ସାହୁ, ନିରଞ୍ଜନ ମହାରଣା, ପିଇଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟରେ ଆବାସ ଯୋଜନାରୁ କିସ୍ତି ପ୍ରଦାନ, ନିର୍ମାଣ କାର୍ଯ୍ୟ ତଦାରଖ ଫଳରେ ଏହି ହିତାଧିକାରୀମାନଙ୍କ ଘର ତିଆରି ହୋଇଥିବାରୁ ସେମାନେ ପ୍ରୋତ୍ସାହନ ରାଶି ପାଇବାକୁ ଯୋଗ୍ୟ ହୋଇଥିଲେ। ସମସ୍ତ ହିତାଧିକାରୀଙ୍କୁ ଯୋଜନା ଅନୁଯାୟୀ ଘର ତିଆରି ପାଇଁ ୧ଲକ୍ଷ ୩୦ହଜାର ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା ା