୪ଟା ଯାଏ ଗୃହମୁଲତବୀ: ଗୃହର ମଧ୍ୟଭାଗ ଦୁଇ ହାତ ହଲାଇ ବାହିନୀପତି କହିଲେ…

ଭୁବନେଶ୍ୱର,୨୧।୮: ବୁଧବାର ବିଧାନସଭାର ଦ୍ୱିତୀୟ ଦିନ। ତେବେ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ ସୁରକ୍ଷା ଦାବି କରୁଥିବା ବେଳେ ବିଧାୟକମାନେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ଯାଏ ଗୃହମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି। ପୂର୍ବରୁ ହୋ ହଲ୍ଲା ହୋଇ ୧୧ଟା ଯାଏ ଗୃହମୁଲତବୀ କରିଥିଲେ ବାଚସ୍ପତି।

 

କିଛିଦିନ ବ୍ରେକ ପରେ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆରମ୍ଭରୁ ବିରୋଧୀ କଲେଜ ନିର୍ବାଚନ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ, ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ଇତ୍ୟାଦି ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ଆଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିଥିଲେ। ବିଧାନସଭାରେ ୧୦ ମିନିଟ୍‌ ଧରି ଶୋକ ପ୍ରସ୍ତାବ ଆଲୋଚନା ପରେ ୧୦ଟା ୪୦ ମିନିଟ୍‌ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କଲେଜ ନିର୍ବାଚନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଆକ୍ରମଣ କରିଥିଲେ। ସେ କହିଥିଲେ, ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କାହିଁକି କରାଯିବ ନାହିଁ। ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ। ଏହି ଦାବିକରି ତାରା ଓ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri