କାର୍ଯ୍ୟରତ ଅବସରପ୍ରାପ୍ତ କର୍ମଚାରୀଙ୍କ ତାଲିକା ମାଗିଲା ଗୃହ ବିଭାଗ

ଭୁବନେଶ୍ୱର,୯ା୬(ଅନିଲ ଦାସ)ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘ ସମୟ ଧରି ଅବସରପ୍ରାପ୍ତ କର୍ମଚାରୀମାନେ ଆଡ୍ଡା ଜମାଇ ରହିଥିଲେ। ନୂଆ ସରକାର ଆସିବା ପୂର୍ବରୁ ସେହି ସେମାନଙ୍କ ମନରେ ଛନକା ପଶିଛି। କେଉଁ ବିଭାଗରେ କେତେ ଅବସରପ୍ରାପ୍ତ କର୍ମଚାରୀ ଅଛନ୍ତି, ସେ ସମ୍ପର୍କିତ ସବିଶେଷ ତଥ୍ୟ ସଫ୍ଟ କିମ୍ବା ହାର୍ଡ କପି ମାଧ୍ୟମରେ ଦେବାକୁ ଶନିବାର ଗୃହ ବିଭାଗ ସମସ୍ତ ବିଭାଗକୁ ଚିଠି ଲେଖିଛି। କେଉଁ ବିଭାଗ ବା ସରକାରୀ ଉଦ୍ୟୋଗର ମୁଖ୍ୟ କିଏ, ତାଙ୍କ ନାମ, ପଦବୀ, ନିଯୁକ୍ତି ତାରିଖ ଓ ଦରମା ସମ୍ପର୍କରେ ଜଣାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିଲା।

Share