ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଓ କ୍ରିକେଟର୍ କେ.ଏଲ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ଅନେକ ଦିନରୁ ଡେଟ୍ କରି ଆସୁଛନ୍ତି। ଦୁହିଁଙ୍କୁ ଏକାଠି ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି।
ନିକଟରେ ଆଥିଆ ବର୍ଷ ଶେଷ ଆଡକୁ ବିବାହ କରିବାକୁ ଶୁଣିବାକୁ ମିଳିଥିଲା। ହେଲେ ଏହି ଖବରକୁ ଆଥିଆଙ୍କର ଜଣେ ବନ୍ଧୁ ଗୁଜବ ବୋଲି କହିଛନ୍ତି। ଆଥିଆ ଓ ରାହୁଲଙ୍କର ଏବେ ବିବାହ ହେବାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।