ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି ସେଟ୍‌ ଖୋଳରେ ଘର ତିଆରି କରିଛନ୍ତି। ଅଭିଜିତ୍‌ ଦୋଓ୍ବାରାହ ନାମକ ଏହି ଯୁବକ ଜଣକ ଏହାକୁ ନିଜ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି। ପରବର୍ତ୍ତୀ ସମୟରେ ଏହା ଅନ୍ୟ ସୋସିଆଲ୍‌ ମିଡ଼ିଆ ସାଇଟ୍‌ରେ ଶେୟାର ହେବାରେ ଲାଗିଛି। ୟୁଜର ଅଭିଜିତ୍‌ଙ୍କ ବୁଦ୍ଧିକୁ ତାରିଫ୍‌ କରିବା ସହିତ ତାଙ୍କର ଜୀବେଦୟା ମନୋଭାବକୁ ଢ଼େର୍‌ ପ୍ରଶଂସା ମଧ୍ୟ କରୁଛନ୍ତି। ରାସ୍ତାକଡ଼ରେ ଥିବା କୁକୁର ଛୁଆ ଏହା ଦ୍ୱାରା ବର୍ଷା ଏବଂ ଶୀତରୁ ସୁରକ୍ଷିତ ରହିପାରୁଛନ୍ତି। ଲୋକେ ପୁରୁଣା ଅଦରକାରୀ ଟିଭି ସେଟ୍‌କୁ ବାହାରେ ଫିଙ୍ଗି ଦେଇଥାନ୍ତି। ଏହାକୁ ଅଭିଜିତ୍‌ ସଂଗ୍ରହ କରି ସେଥିରେ କୁକୁର ଛୁଆଙ୍କ ପାଇଁ ଘର ତିଆରି କରିଥିବା କହିଛନ୍ତି।

Share