ଅସହାୟଙ୍କୁ ମିଳୁନି ଘର

ଚମ୍ପୁଆ/ଘାଗରବେଡା,୨୮ା୭(ଡି.ଏନ.ଏ)-ରରୁଆଁ ବ୍ଲକ ଅନ୍ତର୍ଗତ ପାନପତ୍ରିଆ ପଞ୍ଚାୟତର ଛେଳିଆନାଳ ଗ୍ରାମରେ ଜଣେ ଗରିବ ଅସହାୟ ହେଲେ ଚନ୍ଦ୍ରମୋହନ ଲାଗୁରୀ। ଗରିବ ହୋଇଥିବାରୁ ବାସ କରିବାକୁ ତାଙ୍କ ପାଖରେ ଘର ଖଣ୍ଡିଏ ନାହିଁ। ସରକାର ଅସହାୟଙ୍କୁ ଘର ଦେବାପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସତ କିନ୍ତୁ ତାହା ସଫଳ ହୋଇପାରୁ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି ଚନ୍ଦ୍ରମୋହନ। ସାମାନ୍ୟ କେଇଖଣ୍ଡ ଜମି ଉପରେ ଭରସା କରି ୫ ପ୍ରାଣୀ କୁଟୁମ୍ବକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ଚନ୍ଦ୍ରମୋହନ ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଥିବାରୁ ନିଜ ଭଙ୍ଗା ଘରଟିକୁ ମଧ୍ୟ ସଜାଡି ପାରୁ ନାହାନ୍ତି। ଥିଲାବାଲାଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାତ୍ର ଏହି ଅସହାୟ ପାଇଁ ଏହା ପାଲଟିଛି ସାତ ସପନ। ବାରମ୍ବାର ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଅଫିସ ଦୌଡି ଦୌଡି ନିୟାନ୍ତ ହେଲେ ମଧ୍ୟ ତାଙ୍କ କଥା କେହି ଶୁଣ ନାହାନ୍ତି। ଏଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି।

Share