ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ଶିନିବାର ଡ୍ୟୁଟି ସାରି ଘରକୁ ସାଇକେଲରେ ଫେରୁଥିବା ବେଳେ ନୀଳଗିରି ସହର ଆଇଟିଡିଏ ଅଫିସ ସମ୍ମୁଖରେ ଏକ ପିକଅପ ଭ୍ୟାନ୍ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ ନୀଳଗିରି ଡାକ୍ତରଖାନା ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସକାଳ ପ୍ରାୟ ୭.୩୦ ମିନିଟ୍ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।