Categories: ଜାତୀୟ

ବନ୍ୟାରେ ଭାଙ୍ଗି ଯାଇଛି ଘର, ଟ୍ରକ୍‌ରେ ଆଶ୍ରୟ ନେଇଛନ୍ତି ଲୋକେ

ପାଟଣା,୧୨ା୭: କୁହାଯାଏ, ଘର ବିନା ଶାନ୍ତି କେଉଁଠି ମିଳେନାହିଁ। ମାତ୍ର ମୁଜାଫରପୁରର କିଛି ଗାଁର ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି ଘର। କାରଣ ପ୍ରବଳ ବନ୍ୟା ଯୋଗୁ ଗ୍ରାମବାସୀଙ୍କୁ ନିଜ ଘରଦ୍ୱାର ଛାଡ଼ି ଏକ ଟ୍ରକ୍‌ରେ ଆଶ୍ରୟ ନେଇଛନ୍ତି। ଖାଲି ଏତିକି ନୁହେଁ, କିଛି ଲୋକ ଟ୍ରକ୍‌କୁ ସେମାନଙ୍କର ଦୋକାନ ମଧ୍ୟ କରିଛନ୍ତି। ଯେଉଁଥିରେ କିଛି ଜରୁରୀ ସାମଗ୍ରୀ ବିକ୍ରି କରୁଛନ୍ତି।

ମୁଜାଫରପୁରର କେତେକ ଗାଁ ବନ୍ୟାରେ ବହୁତ ପ୍ରଭାବିତ ହୋଇଛି। ବନ୍ୟାପାଣି ଘର ଭିତରେ ପଶିଯାଇଥିବାରୁ ରହିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ତେଣୁ ଲୋକମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଟ୍ରକ୍‌ ଭିତରେ ରହୁଛନ୍ତି। ମୁଜାଫରପୁରର ମଧୁବନ ଗାଁର ଅଧିକାଂଶ ଲୋକ ଟ୍ରକ ଚଳାଇ ପରିବାର ପ୍ରତିପୋଷଣ କରିଥାନ୍ତି। ବନ୍ୟାରେ ସେମାନେ ବେଘର ହୋଇଯିବାରୁ ଟ୍ରକ୍‌କୁ ନିଜର ଘର କରିଛନ୍ତି।

Share