ଗଞ୍ଜାମରେ ମଙ୍ଗଳବାରରୁ ଘରକୁ ଘର ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର,୧୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆସନ୍ତା ମଙ୍ଗଳବାର ଠାରୁ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯିବ ବୋଲି ଜ଼ିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୋମବାର ସୂଚନା ଦେଇଛନ୍ତି। ଏଥିସହ ସମସ୍ତଙ୍କୁ କୋଭିଡ୍‌ ସହାୟତା, ଟେଲି ମେଡିସିନ ଓ ସ୍ବାବ ପରୀକ୍ଷା ସହାୟତା ନମ୍ବର ଦିଆଯିବ। ଏ ନେଇ ଟିମ ଗଠନ ହୋଇଛି କୁମ୍ଭମେଳାରୁ ଫେରିଥିବା ଲୋକଙ୍କୁ ହୋମ ଆଇସୋଲେଶନରେ ୧୪ ଦିନ ରଖାଯିବ ବୋଲି ଜ଼ିଲାପାଳ ସୂଚନା ଦେଇଛନ୍ତି।

Share