ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅନୁମତି

ଭୁବନେଶ୍ୱର, ୧୩।୫(ବ୍ୟୁରୋ): କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍‌ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍‌ ଆଇସୋଲେଶନ କରାଯିବ। ଲକ୍ଷଣ ନ ଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ଚିକିତ୍ସିତ ହୋଇପାରିବେ। ସର୍ତ୍ତମୂଳକ ଭାବେ ଘରେରହି ସିକିତ୍ସା ପାଇଁ ଅନୁମତି ମିଳିବ। ହୋମ୍‌ ଆଇସୋଲେଶନରେ ରହୁଥିବା ଲୋକ ପାଇଁ ଜଣେ ଘର ଲୋକ ରହିବେ। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।
ସମ୍ପୃକ୍ତ ବ୍ୟକ୍ତି ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ। ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ଉକ୍ତ ବ୍ୟକ୍ତି ବୁଝିବେ। ତେବେ ହୋମ୍‌ ଆଇସୋଲେଶନ ରୋଗୀ ପାଇଁ ସମସ୍ତ କିଚିକିତ୍ସା ସରକାର ଯୋଗାଇ ହେବେ। ପିପିଇ କିଟ୍‌ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର ବହନ କରିବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ। କିଛି ବିଶେଷ ପ୍ରକାରର ଲୋକଙ୍କୁ ହୋମ୍‌ ସାଇସୋଲେଶନ ଅନୁମତି ମିଳିବନି।
ଏଚ୍‌ଆଇଭି ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନ୍‌ସର, ହୃଦ୍‌ରୋଗ, ବୟସ୍କ, ବହୁବିଧ ରୋଗାଗ୍ରଙ୍କୁ ଅନୁମତି ମିଳିବନି। ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ ହୋଇଥିବା କହିଲେ ମୁଖ୍ୟ ଶାସନ ସଚିବ।

Share