ଆସିଲା ହୋମ୍‌ କିଟ୍‌, ଏବେ ଘରେ କରିହେବ କରୋନା ଟେଷ୍ଟ୍‌…

ନୂଆଦିଲ୍ଲୀ,୧୩।୭: ଏବେ ଘରେ ବସି ସହଜରେ କରୋନା ଟେଷ୍ଟ୍‌ କରିହେବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ କମ୍ପାନୀ ଏବୋଟ୍‌ ପକ୍ଷରୁ ହୋମ୍‌ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହି ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ର ଦାମ ୩୨୫ ଟଙ୍କା ରହିଛି। ଦେଶର ସହର ଏବଂ ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଉପରେ ପଡୁଥିବା ଅତ୍ୟଧିକ ଚାପ ଏହି ହୋମ୍‌ କିଟ୍‌ ଦ୍ୱାରା କମ୍‌ ହୋଇପାରିବ। ଏହା ଦ୍ୱାରା ଲୋକଙ୍କୁ ଆଉ କରୋନା ଟେଷ୍ଟ୍‌ ଲାଗି ହସ୍ପିଟାଲକୁ ଯିବାକୁ ପଡ଼ିବ ନାହିଁ। ଆଇସିଏମ୍‌ଆର୍‌ ପୂର୍ବତନ ମହାନିର୍ଦ୍ଦେଶକ ନିର୍ମଳ କୁମାର ଗାଙ୍ଗୁଲୀ କହିଛନ୍ତି ଯେ, ସହଜ ଏବଂ ଅଧିକ ସଂଖ୍ୟକ ପରୀକ୍ଷଣ ଦ୍ୱାରା ଦେଶରେ କରୋନା ଲହରକୁ ରୋକା ଯାଇପାରିବ। ତେଣୁ ଏଭଳି ହୋମ୍‌ କିଟ୍‌ କରୋନା ଲଢ଼େଇରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।

Share