ନୂଆଦିଲ୍ଲୀ,୧୫।୧୧:ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ନିକଟରେ ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବି ଗୃହ ଋଣ ସୁଧ ହାରକୁ ୨୫ ବିପିଏସ ହ୍ରାସ କରି ବାର୍ଷିକ ୮.୨୫% କରିଥିବା ବେଳେ ପ୍ରୋସେସିଂ ଫି’କୁ ମଧ୍ୟ ଛାଡ଼ କରିଛି। ଏହି ସୁବିଧା ୨୦୨୨ ନଭେମ୍ବର ୧୪ ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସେହିଭଳି ଋଣଗ୍ରହୀତାଙ୍କ ନିମନ୍ତେ ଫ୍ରେସ୍ ଗୃହ ଋଣ ତଥା ବାଲାନ୍ସ ଟ୍ରାନ୍ସଫରରେ ମଧ୍ୟ ଉକ୍ତ ସୁବିଧା ଉପଲବ୍ଧ ରହିଛି। ଏ ସମ୍ପର୍କରେ ବିଓବିର ଜେନେରାଲ୍ ମ୍ୟାନେଜର (ମର୍ଟଗେଜେସ୍ ଆଣ୍ଡ ଅଦର ରିଟେଲ୍ ଆସେଟ୍ସ) ଏଚ.ଟି ସୋଲାଙ୍କି କହିଛନ୍ତି, ଏପରି ଏକ ପରିସ୍ଥିତି ଯେଉଁଠାରେ ସୁଧ ହାର ସର୍ବଦା ବୃଦ୍ଧି ହେଉଛି। ଆମେ ଆମର ସୁଧ ହାରକୁ କମ୍ କରି ଅତ୍ୟନ୍ତ ଆନନ୍ଦିତ ଓ ଏହା ସହିତ ଏକ ସ୍ପେଶିଆଲ୍, ଲିମିଟେଡ୍ ପିରିୟଡ୍ର ଗୃହ ଋଣ ସୁଧ ୮.୨୫% ହାରରେ ପ୍ରଦାନ କରୁଛୁ, ଯାହା ସହୟତାରେ କ୍ରେତାମାନେ ସୁଲଭ ମୂଲ୍ୟରେ ଗୃହକୁ କିଣି ପାରିବେ। ଆମେ ଚଳିତ ବର୍ଷ ଗୃହ ଋଣରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ପାଇଛୁ ଓ ବିଭିନ୍ନ ସହରରେ ଏହାର ଚାହିଦା ବୃଦ୍ଧି ହୋଇଛି ଓ ଗ୍ରାହକମାନେ ଏଥିରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି।