ହୋମ୍‌ ମ୍ୟାନେଜର

କିଏ କହେ କଞ୍ଜୁସ୍‌ ତ କିଏ କହେ ମିତବ୍ୟୟୀ। କିନ୍ତୁ ସାମ୍ପ୍ରତିକ ବଜାର ସ୍ଥିତିକୁ ଦେଖି ଏବେ ସତର୍କ ହୋଇଛନ୍ତି ସେମାନେ। ଆବଶ୍ୟକତା ଦେଖି କିଣାକିଣି କରିବାକୁ ପଡୁଛି। ଏମିତି ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରି ଘର ବଜେଟକୁ ସଜାଡ଼ି ସେମାନେ ହୋଇ ପାରିିଛନ୍ତି ପ୍ରକୃତ ହୋମ୍‌ ମ୍ୟାନେଜର…

ଦରବୃଦ୍ଧି ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ଘର ଚଳାଇବା ପାଇଁ ବହୁ କ୍ଷେତ୍ରରେ କମ୍ପ୍ରୋମାଇଜ୍‌ କରିବାକୁ ପଡୁଛି ଗୃହିଣୀମାନଙ୍କୁ। କେଉଁ ସ୍ଥାନରେ କିଣାକିଣି ନ କରି କିମ୍ବା କମ୍‌ କିଣି ଘର ଚଳାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଦେଖିଚାହିଁ ହିସାବନିକାଶ କରିବାକୁ ପଡୁଛି। ଦେଖିବାକୁ ଗଲେ ଖର୍ଚ୍ଚ କରିବା ଯେତିକି ଜରୁରୀ, ସଞ୍ଚୟ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଖର୍ଚ୍ଚ ଆଉ ସଞ୍ଚୟ ମଧ୍ୟରେ ତାଳମେଳ ରକ୍ଷା କରିବା ହେଉଛି ବଜେଟ ପରିଚାଳନା। ଏ କଥାକୁ ହୃଦୟଙ୍ଗମ କରି ଚଳିବା ପାଇଁ ହେଲେ କେଉଁ ସବୁ ଦିଗକୁ ଗୁରୁତ୍ୱ ଦେବାକୁ ହେବ ଜାଣିବା ନିହାତି ଦରକାର।
ଆବଶ୍ୟକତାକୁ ପ୍ରାଥମିକତା
ଘରଖର୍ଚ୍ଚ ପାଇଁ କେଉଁ ସବୁ କ୍ଷେତ୍ରରେ ଖର୍ଚ୍ଚ କରିବା ନିହାତି ଆବଶ୍ୟକ ସେସବୁର ତାଲିକା ତିଆରି କରନ୍ତୁ। ଏମିତିକି ଆବଶ୍ୟକତା ଅନୁସାରେ ଘରର ମାସିକ ଖର୍ଚ୍ଚ ହିସାବ କରି ବଳକା ଅର୍ଥକୁ ସେଭିଂ କରି ଦିଅନ୍ତୁ। ଖୁସିରେ କୌଣସି ଜିନିଷ କିଣାକିଣି କରିବାକୁ ଯାଉଥିଲେ ଆଉଥରେ ଭାବିବା ଦରକାର।
ଖର୍ଚ୍ଚକାଟକୁ ଗୁରୁତ୍ୱ
ଦରଦାମ ବୃଦ୍ଧି ସମୟରେ କିଭଳି ଖର୍ଚ୍ଚକାଟ କରିବେ ସେଥିପାଇଁ ଗୃହିଣୀମାନେ ହିଁ ସବୁବେଳେ ହିସାବନିକାଶ ଚଳାଇଥାନ୍ତି। ତେଣୁ ଏହି ଦୃଷ୍ଟିରୁ ବିଚାରକରି କେଉଁ ସବୁ ଜିନିଷକୁ ବାଦ୍‌ ଦେଇ ଚଳିହେବ ସେ ନେଇ ବିଚାର କରନ୍ତୁ। ବିଶେଷକରି କେଉଁ ଖର୍ଚ୍ଚକୁ ବାଦ୍‌ ଦେଲେ ପରିବାରରେ କାହା ଉପରେ ସେଭଳି ବିଶେଷ ପ୍ରଭାବ ପଡିବ ନାହିଁ ସେକଥା ବିଚାର କରିବାକୁ ହେବ। ତେଣୁ ଏଭଳି ପରିଚାଳନା କରି ନିଶ୍ଚିତଭାବେ ଖର୍ଚ୍ଚକାଟ କରିହେବ।
ସଞ୍ଚୟ ପାଇଁ ସାଲିସ୍‌
ଏବେକାର ବଜାରସ୍ଥିତିକୁ ଲକ୍ଷ୍ୟକଲେ ଖାଦ୍ୟସାମଗ୍ରୀରେ ଅତ୍ୟଧିକ ଦରବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି। ତେଣୁ ବାଧ୍ୟହୋଇ କେତେକ ଜିନିଷ କିଣିବା କ୍ଷେତ୍ରରେ ଶପିଂବେଳେ ସତର୍କତା ଅବଲମ୍ବନ କରିବା ଉଚିତ। ସାଧାରଣତଃ ମହିଳାମାନେ ଶପିଂ ପ୍ରିୟ। ଏମିତିକି ଅନେକ ସମୟରେ ମନ ଖୁସି କରିବା ପାଇଁ ଶପିଂ କରିବାକୁ ପସନ୍ଦ କରନ୍ତି। କିନ୍ତୁ କୌଣସି ଆବଶ୍ୟକତା ନ ଥିଲେ ମାର୍କେଟ ଯିବା ଉଚିତ ନୁହେଁ। ଆଉ ଯଦି ବି କୌଣସି କାମରେ ମାର୍କେଟ ଯିବାକୁ ହୁଏ ତେବେ କେବଳ ଜରୁରୀ ସାମଗ୍ରୀ କିଣିବା ନେଇ ସତର୍କ ରୁହନ୍ତୁ। ନିଜ ଶପିଂର ମୋହ ଉପରେ ସଂଯମତା ରକ୍ଷା କରିବାକୁ ହେବ।
ଲାଇଫ୍‌ ଷ୍ଟାଇଲ ପରିବର୍ତ୍ତନ
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସମୟରେ ପରିବାର ଉପରେ ଆର୍ଥିକ ବୋଝକୁ କମ୍‌ କରିବା ପାଇଁ ହେଲେ ନିଜ ଲାଇଫ ଷ୍ଟାଇଲ୍‌ରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଅର୍ଥାତ୍‌ କେହି ଯଦି ଅନାବଶ୍ୟକ ଖର୍ଚ୍ଚ ଅଧିକ କରୁଥିବେ ତେବେ ନିୟନ୍ତ୍ରଣ କରିବାକୁ ହେବ। ନଚେତ୍‌ ଏହି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ବଜେଟ ପୂରା ବିଗିଡ଼ିଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri