Categories: ଜାତୀୟ

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶାହା କହିଛନ୍ତି, ଆମ ମଣିଷ ଆତଙ୍କବାଦର ବିପଦକୁ କୌଣସି ଧର୍ମ, ରାଷ୍ଟ୍ରୀୟତା ଅଥବା ସମ୍ପ୍ରଦାୟ ସହ ଯୋଡି ପାରିବା ନାହିଁ ଓ ଏହାକୁ ଯୋଡିବା ଉଚିତ ବି ନୁହେଁ ।

ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ‘ଆତଙ୍କବାଦୀଙ୍କ ପାଇଁ ନୋ ମନି’ ବିଷୟବସ୍ତୁ ଉପରେ ଆତଙ୍କବାଦ ବିରୋଧୀ ଆର୍ଥିକ ସହାୟତା ଉପରେ ତୃତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦ ଅପେକ୍ଷା ଆତଙ୍କବଦୀ ପାଣ୍ଠି ଅଧିକ ବିପଜ୍ଜନକ । ଆତଙ୍କବାଦ ହେଉଛ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ସବୁଠାରୁ ବଡ ବିପଦ ଏବଂ ଆତଙ୍କବାଦୀଙ୍କୁ ସୁରକ୍ଷାଦେବା ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ସହ ସମାନ ।

 

Share