Categories: ଜାତୀୟ

‘ରାହୁଲ ଗାନ୍ଧୀ ପୂରା ଦେଶକୁ କ୍ଷମା ମାଗନ୍ତୁ’, ଏମିତି କାହିିଁକି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅମିତ ଶାହା କହିଛନ୍ତି ଯେ ବିରୋଧୀଦଳର ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ଲୋକ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହିଂସା ବିଷୟରେ କହନ୍ତି ଏବଂ ହିଂସା କରନ୍ତି। ବୋଧହୁଏ ସେ ଜାଣିନାହାନ୍ତି ଯେ ଏହି ଦେଶରେ କୋଟି କୋଟି ଲୋକ ଗର୍ବର ସହିତ ନିଜକୁ ହିନ୍ଦୁ ବୋଲି କୁହନ୍ତି । ହିଂସାକୁ କୌଣସି ଧର୍ମ ସହିତ ଯୋଡିବା ଭୁଲ ଅଟେ। ସେ କ୍ଷମା ମାଗିବା ଉଚିତ୍‌।
ଅନ୍ୟପଟେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ବିଷୟ। ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି।

Share